ସଂଘବଦ୍ଧ ଆକ୍ରମଣରେ IIC ଗୁରୁତର

‍ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା IICଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଜୁଆ ଆଡ୍ଡାରେ ଚଢାଉ କରି ଫେରିବା ବେଳେ ବ୍ରାହ୍ମଣୀଗାଁ ଥାନା IIC ରଞ୍ଜିତ କୁମାର ମୁନିଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି।

ମେରାମାହା ଛକରେ ଗାଁ ଲୋକେ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣ ଯୋଗୁ IIC ରଂଜିତ ମୁନିଙ୍କ ମୁହଁରେ ଗଭୀର ଆଘାତ ଲାଗିଛି। ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।  କାଠ ଓ ପଥର ପକାଇ ରାସ୍ତା ଅବରୋଧ କରିବା ପରେ ଥାନା ଅଧିକାରୀ ଓ ପୋଲିସ ଟିମକୁ ଆକ୍ରମଣ କରାଯାଇଥିଲା ।

ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରି ଦେଇଥିବା ସୂଚନା ମିଳିଛି । ଏହି ଘଟଣା ପରେ SDPOଙ୍କ ନେତୃତ୍ୱରେ ମେରାମାହା ଗାଁରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି ।  ଗ୍ରାମର ୬ ଜଣଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ତେବେ ଗିରଫଦାରି ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି।

You might also like