• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ସଟଡାଉନ୍‌ ପରେ ଆଜିଠୁ ଲକଡାଉନ୍‌ କଟକଣା ଆରମ୍ଭ ହୋଇଛି। ଶନି ଓ ରବିବାର ଦୁଇ ଦିନିଆ ସଟଡାଉନ୍‌ ପରେ ଆଜି ଖୋଲିଛି ବଜାର। ତେବେ ସକାଳ ୬ରୁ ଦିନ ୧୨ ଭିତରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ରହିଛି। ପନିପରିବା ଓ ରାସନ ସାମଗ୍ରୀ ଦୋକାନ ଏହି ସମୟରେ ଖୋଲା ରହିବ। ଲୋକେ ଚାଲି ଚାଲି ଘରଠାରୁ ଅଳ୍ପ ଦୂରରୁ ପରିବା ଓ ଜରୁରୀ ସାମଗ୍ରୀ ନେଇପାରିବେ। ତେବେ ବିନା କାରଣରେ ବାହାରେ ବୁଲୁଥିବା ଅମାନିଆଙ୍କ ଉପରେ ପୋଲିସର କଡ଼ା ନଜର ରହିଛି। ଯେଉଁମାନେ ଗାଡ଼ି ନେଇ ପରିବା ପାଇଁ ଯାଉଛନ୍ତି ସେମାନଙ୍କୁ ମଧ୍ୟ ପୋଲିସ ନଜର ରଖିଛି। ନିୟମ ନମାନିଲେ ଫାଇନ୍ ଗଣିବାକୁ ପଡ଼ିବ ବୋଲି ପୂର୍ବରୁ ପୋଲିସ ଚେତାଇ ଦେଇଥିଲା। ଅମାନିଆଙ୍କୁ ସାବାଡ କରିବାକୁ ବିଭିନ୍ନ ସ୍ଥାନରେ ଚେକିଂକୁ ମଧ୍ୟ ଜୋରଦାର କରାଯାଇଛି।

ସେପଟେ, ଲକଡାଉନ୍‌ ଲାଗୁ ହେବାର ୧୨ ଦିନ ବିତି ଯାଇଥିଲେ ବି ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍। ମେ ଆରମ୍ଭରୁ ରାଜ୍ୟରେ ଯେଉଁ ଟ୍ରେଣ୍ଡ ଚାଲିଥିଲା ଏବେ ବି ଉଣାଅଧିକ ସେୟା ରହିଛି। ଏହାବ୍ୟତୀତ ସଂକ୍ରମଣ ଏବେ ଗାଁ ମୁହାଁ ହୋଇଥିବାରୁ ଚିନ୍ତା ବଢୁଛି। ତେଣୁ ଏହା ଉପରେ ଫୋକସ୍ କରି ଲକଡାଉନ୍‌କୁ ଆହୁରି କଡ଼ାକଡ଼ି କରାଯିବା ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ପୋଲିସ୍ ଡିଜିପି। ସେପଟେ ସ୍ୱାସ୍ଥ୍ୟ  ବିଶେଷଜ୍ଞ କହିଛନ୍ତି କରୋନା ସଂକ୍ରମଣ ଏବେ ପ୍ଳାଟ ସ୍ଥିତିରେ ରହିଛି, ଆସନ୍ତା ସପ୍ତାହ ପରେ ଏହା ଧୀରେ ଧୀରେ କମିବ। ତାଲାବନ୍ଦର ୧୨ ଦିନ ପରେ ବି ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍। ଲଗାତର ୧୦ରୁ ୧୨ ହଜାର ଭିତରେ ଦୈନିକ ସଂକ୍ରମଣର ଧାରା ଜାରି ରହିଛି। ବିଶେଷଜ୍ଞଙ୍କ ଆକଳନ ଆହୁରି ସପ୍ତାହେ ରହିବ ଏହି ଟ୍ରେଣ୍ଡ। ଲକଡାଉନ୍‌କୁ ଅଧିକ କଠୋର କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ଏପଟେ, ‌ଆଜି ବି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର କରିିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୭୫୭ କରୋନା ଆକ୍ରାନ୍ତ। ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୯୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ଖୋର୍ଦ୍ଦାରୁ ଚିହ୍ନଟ ହୋଇଛନ୍ତି ୯୦୯ ଜଣ। ସୁନ୍ଦରଗଡ଼ରୁ ୮୩୨, ଅନୁଗୁଳରୁ ୬୦୬, ବଲାଙ୍ଗିରରୁ ୫୦୭, ନୂଆପଡ଼ାରୁ ୫୦୨, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୫୪, ଭଦ୍ରକରୁ ୪୪୩, ଝାରସୁଗୁଡ଼ାରୁ ୩୮୮ ଏବଂ ଗଞ୍ଜାମ ଜିଲ୍ଲାରୁ ୨୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୯ ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ରେ ପହଞ୍ଚିଛି। ଏବେ ଯାଏ ୧ ଲକ୍ଷ ୬ ହଜାର ୬୧ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।

If-you-dont-follwed-lockdown-rule-then-you-will-be-punished
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories