ଟଙ୍କା ଆଣ, ନହେଲେ ନିଆଁ ଜଳିବ

ପୁରୀ: ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ରଖିବାକୁ ବିରୋଧ କରି ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ। ଆମ ଜନତା ଅଧିକାର ସଂଗଠନ ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରାଯାଇଛି। ଏଥିସହ ୟେସ ବ୍ୟାଙ୍କରେ ଜମା ହୋଇଥିବା ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଫେରସ୍ତ ପାଇବା ନେଇ ସିଂହଦ୍ୱାର ଥାନାରେ ସଂଗଠନ ପକ୍ଷରୁ ଏତଲା ଦାଏର କରାଯାଇଛି।

କିଭଳି ଠାକୁରଙ୍କ ଟଙ୍କା ଫେରସ୍ତ ଆସିବ ଓ ୟେସ୍ ବ୍ୟାଙ୍କରେ ଏତେ ଟଙ୍କା ଜମା ରଖାଯିବା ପଛରେ ହୋଇଥିବା ଷଡ଼ଯନ୍ତ୍ରର ନିରପେକ୍ଷ ତଦନ୍ତ ଦାବି କରିଛି ଜନତା ଅଧିକାର ସଂଗଠନ।

ଏପରିକି ଶ୍ରୀଜଗନ୍ନାଥ ଟଙ୍କା ଫେରାଇ ନ ଆଣିଲେ ବିଶ୍ୱବ୍ୟାପୀ ନିଆଁ ଜଳିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଗାଇଡ଼ଲାଇନ୍ସକୁ ଅମାନ୍ୟ କରି କିଭଳି ୟେସ ବ୍ୟାଙ୍କରେ ଏତେ ଟଙ୍କା ରଖାଯାଇଛି ତାହାର ତଦନ୍ତ ଦାବି କରିଛି।

ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଦାମୋଦର ମହାସୁଆର ପକ୍ଷରୁ ମଧ୍ୟ ଆଉ ଏକ ଏତଲା ସିଂହଦ୍ୱାର ଥାନାରେ ଦିଆଯାଇଛି। ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟିର ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

You might also like