ସଚେତନ ରୁହ, ନହେଲେ ନିଆଁ ଭଳି ମାଡ଼ିଯିବ କରୋନା

ଭୁବନେଶ୍ୱର: ସାମାଜିକ ଦୂରତ୍ୱ ପାଳନ କର। ବେଳହୁଁ ସଚେତନ ନହେଲେ ନିଆଁ ଭଳି ମାଡ଼ିଯିବ କରୋନା ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି। ଓଡ଼ିଶାର ଅନେକ ଛୋଟ ସହରର ଜନସଂଖ୍ୟା ଘନତ୍ୱ ବହୁତ ବେଶୀ। ଗ୍ରାମାଞ୍ଚଳ ଅପେ‍କ୍ଷା ଜନବହୁଳ ସହରମାନଙ୍କରେ ସଂକ୍ରମଣର ଆଶଙ୍କା ଅଧିକ।

ଏପରିକି ଜିଲ୍ଲା ମୁଖ୍ୟାଳୟଗୁଡ଼ିକର ମଧ୍ୟ ଜନସଂଖ୍ୟା ଘନତ୍ୱ ରୋମ୍, ନ୍ୟୁୟର୍କ ଭଳି ଅଧିକ। ତେଣୁ ସଂକ୍ରମଣର ଆଶଙ୍କା ମଧ୍ୟ ଅଧିକ। ଆଜି ୨୪ ଘଣ୍ଟିଆ କରୋନା ଅପଡେଟ୍ ଦେବାକୁ ଯାଇ ଏହା କହିଛନ୍ତି ସୁବ୍ରତ ବାଗ୍‌ଚୀ।

ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ୱ ପାଳନ ନକଲେ କରୋନା ଭୂତାଣୁ ନିଆଁ ଭଳି ମାଡ଼ିଯିବାର ଆଶଙ୍କା ଥିବା ସେ କହିଛନ୍ତି। ଏଥିସହ ସେ ସୂଚନା ଦେଇଛନ୍ତି ଯେ, ଓ଼ଡ଼ିଶାରେ ଏଯାବତ ୪୭୩ଟି ସାମ୍ପଲ ଟେଷ୍ଟ ହୋଇଛି।   ତେବେ ୩ଟି ପଜିଟିଭ୍ ଓ ବାକି ସବୁ ନେଗେଟିଭ୍ ରିପୋର୍ଟ ଆସିଛି। ମୋଟ ୫୭ ଜଣ କରୋନା ସନ୍ଦିଗ୍ଧ ଏବେ ଆଇସୋଲେସନରେ ଅଛନ୍ତି।

You might also like