‘ପରୀକୁ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ’

ନୟାଗଡ଼: ପରୀକୁ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ। ପୁଣି ଆତ୍ମାହୁତି ଧମକ ଦେଲେ ପରୀ ବାପା ଅଶୋକ ସାହୁ। ପରୀ ହତ୍ୟା ମାମଲାରେ ଜଣେ ଗିରଫ ପରେ ଅଶୋକ ସାହୁ କହିଛନ୍ତି ଯେ ବିଜେପିର ରାଲିକୁ ଦୃଷ୍ଟିରେ ରଖି ଗିରଫଦାରି କରାଯାଇଛି। ଗୋଟିଏ ପିଲାକୁ ଗିରଫ କରିଦେଲେ ପରୀକୁ ନ୍ୟାୟ ମିଳିବନି। ଅଙ୍ଗତସ୍କରୀରେ ସଂପୃକ୍ତ ଥିବା ରାକେଟକୁ ଧରାଯାଉ। ଏହି ଘଟଣାରେ ଜଣେ ସଂଶ୍ଲିଷ୍ଟ ନୁହେଁ। ଅନ୍ୟମାନେ କୁଆଡେ ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରକୃତ ଦୋଷୀକୁ ଧରି ନପାରିଲେ CBIକୁ ତଦନ୍ତ ଦାୟିତ୍ୱ ଦିଆଯାଉ। ଯଦି CBI ତଦନ୍ତ ନ କରେ ଆଗାମୀ ଦିନରେ ଆତ୍ମାହୁତି ଦେବୁ ବୋଲି ଧମକ ଦେଇଛନ୍ତି ମୃତ ପରୀର ବାପା।  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଦେବାକୁ ସେ ଧମକ ଦେଇଛନ୍ତି।

ପରୀ ହତ୍ୟା ମାମଲାରେ ଜଣେ ଗିରଫ। ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା SIT। ନୟାଗଡ଼ ଯଦୁପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି SIT। ଏ ନେଇ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଇଛି SIT। ଆସନ୍ତାକାଲି ପକ୍ସୋ କୋର୍ଟରେ SIT ହାଜର କରିବ। ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଓ ପକ୍ସୋ ଆକ୍ଟ ସେକ୍ସନ୍ -୬ରେ ମଧ୍ୟ ମାମଲା ରୁଜୁ କରାଯାଇଛି।ସେ ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ିନାହିଁ। ସେହି ବ୍ୟକ୍ତି ଜଣକ ସରୋଜ ସେଠୀ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ଆଗରୁ ସରୋଜ ସେଠୀ କହିଥିଲେ ଯେ  ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ୫ ଲକ୍ଷ ଟଙ୍କା ଯାଚିଥିଲେ ଅରୁଣ ବୋଥ୍ରା। ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରୁଛନ୍ତି। ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି। ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର୍‌ ମୋତେ ୫ ଲକ୍ଷ ଯାଚିଥିଲେ। ତୋତେ ୧୮ ବର୍ଷ, ଆମେ ୧୭ ଦେଖେଇବୁ, ତୁ ରାଜି ହେଇଯା ବୋଲି ବୋଥ୍ରା କହିଥିବା ନେଇ ସେ ଗଣମାଧ୍ୟମକୁ କହିଥିଲେ ।

You might also like