ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଭୁବନେଶ୍ୱର: ବିଦ୍ୟାଳୟ ଛାଡ଼ିବା ପରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ନକଲ ପାଇବା ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖାଯାଇଥିବା ସୂଚନା ମିଳିଛି।

ଫଳରେ ଏଣିକି କୌଣସି ପରିସ୍ଥିତିରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ନଷ୍ଟ ହୋଇଯାଇଥିଲେ ବା ହଜି ଯାଇଥିଲେ ଛାତ୍ରଛାତ୍ରୀମାନେ ପ୍ରମାଣ ଓ ସତ୍ୟପାଠ ଦେଇ ଡୁପ୍ଲିକେଟ୍ ଏସଏଲସି ପାଇପାରିବେ।

ତେବେ ଏହାର ଅପବ୍ୟବହାର ହେଲେ ସଂପକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

You might also like