ହସ୍ପିଟାଲରେ ଆଡମିଶନ୍ ନକଲେ ୧୦୦କୁ ଜଣାଅ
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଘରୋଇ ହସ୍ପିଟାଲ ଓ କ୍ଲିନିକ୍ ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଚେତାବନୀ। ହଟ୍ସ୍ପଟ୍ ଜିଲ୍ଲାଗୁଡିକରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକଲେ ହେବ କାର୍ଯ୍ୟାନୁଷ୍ଠାନ। କରୋନା ଭଳି ମହାମାରୀ ସମୟରେ ଏଭଳି କରିବା ନୀତିଗତ ଭୁଲ୍ ଓ ବେଆଇନ।
ଯଦି କେଉଁ ହସ୍ପିଟାଲ କିମ୍ବା କ୍ଲିନିକ୍ ହଟସ୍ପଟ୍ ଜିଲ୍ଲାଗୁଡ଼ିକରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରୁନଥିବା ପ୍ରମାଣ ମିଳେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ସେପଟେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆଡମିଶନ ନମିଳିବା ଅଭିଯୋଗ ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି ପୋଲିସ କମିଶନର। ଭୁବନେଶ୍ୱର ବାହାରୁ ଆସୁଥିବା କୌଣସି ରୋଗୀଙ୍କୁ ଯଦି କୌଣସି ହସ୍ପିଟାଲ ଆଡମିଶନ ନକରନ୍ତି ତେବେ ୧୦୦କୁ ଜଣାନ୍ତୁ, ସହାୟତା ପାଇଁ ପୋଲିସ କର୍ମଚାରୀଙ୍କୁ କୁହାଯାଇଥିବା ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।