ମାଓ ସଂଗଠନର IED ଏକ୍ସପର୍ଟ ସୁନୀଲର ମୃତ୍ୟୁ

ମାଲକାନାଗିରି: ନିଜ ଜାଲରେ ନିଜେ ଫସିଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ନିକଟ ବେଚାପାଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଖଞ୍ଜୁଥିବା ବେଳେ ବିସ୍ଫୋରଣରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ମୃତ ମାଓବାଦୀ ହେଲା ସୁନୀଲ ପଦମ। ସେ ଭୈରମଗଡ଼ ଏରିଆ କମିଟି ମାଓ ସଂଗଠନର IED ଏକ୍ସପର୍ଟ ଥିଲା।

ରାସ୍ତା କାମକୁ ବିରୋଧ କରି ଲାଲବାହିନୀ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜୁଥିଲା। ସୁରକ୍ଷା କର୍ମୀ କମ୍ବିଂ ଅପରେସନ କରିବା ବେଳେ ଟାର୍ଗେଟ କରିବାକୁ ଯୋଜନା କରିଥିଲା ଲାଲ୍‌ବାହିନୀ। ମାଓବାଦୀ ସୁନୀଲର ମୃତଦେହ ଉଦ୍ଧାର କରାଯାଇଥିବା ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି।

You might also like