• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଓଟିଭି ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନେବା ବନ୍ଦ କରନ୍ତୁ ଓଡ଼ିଶା ସରକାର । ଏପରି ଅପିଲ୍ କରିଛି ଇଣ୍ଡିଆନ୍ ଡିଜିଟାଲ୍ ମିଡିଆ ଆସୋସିଏସନ୍ IDMA ।

ଏକ ପ୍ରେସ୍ ରିଲିଜରେ  ସଂଘ ଦର୍ଶାଇଛି ଯେ, ନବୀନ ସରକାରଙ୍କ ସମୟରେ ହୋଇଥିବା ଦୁର୍ନୀତି ଅଭିଯୋଗ ସଂପର୍କିତ ବିଭିନ୍ନ ରିପୋର୍ଟ ପ୍ରସାରଣ ପରେ ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି । ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥାଙ୍କ ବିରୋଧରେ ଭୁଲ କାର୍ଯ୍ୟ କରିଥିବାର ପ୍ରମାଣ ଥିବ, ତେବେ ସେମାନଙ୍କ ବିରୁଦ୍ଧରେ ସରକାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।

କିନ୍ତୁ ଯେଉଁ ଢଙ୍ଗରେ ଓଟିଭି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସେଥିରୁ ରାଜନୈତିକ ଆକ୍ରୋଶର ଗନ୍ଧ ଆସୁଥିବା ସଂଘ ଦର୍ଶାଇଛି। କୌଣସି ପ୍ରସଙ୍ଗରେ ତଥ୍ୟ ପ୍ରମାଣ ସହିତ ରିପୋର୍ଟ ପ୍ରସାରଣ କରିବା ଗଣମାଧ୍ୟମର ଧର୍ମ । ଯଦି ଏହା କାହାକୁ ପସନ୍ଦ ନ ଆସେ ଏବଂ ସେଥିପାଇଁ ପ୍ରତ୍ୟେକ ସରକାର ଯଦି ସଂପୃକ୍ତ ଗଣମାଧ୍ୟମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଆରମ୍ଭ କରନ୍ତି ତାହାଲେ ଏଭଳି ସମୟ ଆସିବ, ଦେଶରେ ଆଉ କୌଣସି ଗଣମାଧ୍ୟମ ହିଁ ନଥିବ।

ଭାରତ ଭଳି ଏକ ଦେଶରେ ଗଣତନ୍ତ୍ରକୁ ବଜାୟ ରଖିବାକୁ ହେଲେ ପ୍ରେସ ସ୍ୱାଧୀନତା ବଜାୟ ରହିବା ଅତି ଜରୁରୀ । ରାଜ୍ୟ ସରକାରମାନେ ମଧ୍ୟ ଏହା ଜାଣି ରଖିବା ଉଚିତ୍ ଯେ ସେମାନେ ସମାଲୋଚନାରୁ ଉର୍ଦ୍ଧ୍ୱରେ ନୁହଁନ୍ତି । ଯେତେବେଳେ ଲୋକଙ୍କ ସୁରକ୍ଷା ଲାଗି ଉଦ୍ଦିଷ୍ଟ ସଂସ୍ଥା ସେମାନଙ୍କ ପ୍ରତି ବିପଦ ସାଜନ୍ତି, ସେତେବେଳେ ଅଧିକାରର ସୁରକ୍ଷା ଲାଗି ସମବେତ ସ୍ୱର ଉଠିବା ଜରୁରୀ ବୋଲି କହିଛି  IDMA।

ଓଟିଭି, ଏହାର ରିପୋର୍ଟର ଓ ଅନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ ସରକାର ରୁଜୁ କରିଥିବା ମାମଲାଗୁଡିକୁ ତୁରନ୍ତ ପ୍ରତ୍ୟାହାର ଲାଗି IDMA ଦାବି କରିଛି । ସରକାରଙ୍କ ବିରୁଦ୍ଧରେ ଯାଉଥିବା ରିପୋର୍ଟକୁ ଚାପ ପକାଇ ଚପାଇ ଦେବାକୁ ଯେତେ ଚେଷ୍ଟା କଲେ ବି ସରକାର ସେଥିରେ ସଫଳ ହେବେ ନାହିଁ ବରଂ ଆଜିର ଡିଜିଟାଲ୍ ଯୁଗରେ ତାହା ଅଧିକ ମାତ୍ରାରେ ବ୍ୟାପିବ ବୋଲି IDMA କହିଛି।

Idma-warns-state-govt-regarding-state-govt-action-on-otv
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories