• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟ ତଥା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ନିୟମ କଡାକଡି କଲେ ପୋଲିସ କମିଶନର। ରାଜ୍ୟ ତଥା କେନ୍ଦ୍ର କର୍ମଚାରୀ ଅଫିସକୁ  ଆସିବାବେଳେ ଆଇକାର୍ଡ ବାଧ୍ୟତାମୂଳକ। ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଆଜିଠାରୁ ରାଜ୍ୟ ସରକାର ଅଫିସ୍ ସକାଳୁଆ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅଫିସ ଆସିବା ବେଳେ କର୍ମଚାରୀମାନେ ଆଇକାର୍ଡ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ବୋଲି କହିଛନ୍ତି ପୋଲିସ କମିଶନର । ଅଫିସ ଆସିବା ସମୟରେ ରାଜ୍ୟ ତଥା କେନ୍ଦ୍ରୀୟ କର୍ମଚାରୀ ଆଇ କାର୍ଡ ଦେଖାଇବେ। ଏଥିସହିତ  ଅନୁମତି ପତ୍ର ମଧ୍ୟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

ସୂଚନାଥାଉ କି, କଟକ, ଭୁବନେଶ୍ୱର, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ କୋରାପୁଟକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଓ ସହରରେ ସବୁ ସରକାରୀ ଅଫିସ୍ ଓ ରାଜସ୍ୱ କୋର୍ଟଗୁଡ଼ିକ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବ। ଏହି ଅଫିସ୍ ଅବଧି ମଧ୍ୟରେ ଖାଇବା ପାଇଁ କୌଣସି ସମୟ ରହିବ ନାହିଁ ବୋଲି କୁହାଯାଇଛି ନିର୍ଦ୍ଦେନାମା ଜାରି ହୋଇଛି।

Identity-card-compulsory-for-govt-employee
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories