ପ୍ରବଳ ଜୁଅାର ମାଡ଼ରେ ଅବକ୍ଷୟ ହେଉଛି ପୁରୀ ବେଳାଭୂମି

ପୁରୀ: ସମୁଦ୍ର ଜୁଆର ମାଡ଼ରେ କୂଳ ଲଙ୍ଘୁଛି, ଖିନ ଭିନ୍‌ ହୋଇଗଲାଣି ପୁରୀ ବେଳାଭୂମି। ସ୍ୱର୍ଗଦ୍ୱାର ବେଳାଭୂମିର ବି ସମଦଶା। ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଭୟଭୀତ କରିଛି ସମୁଦ୍ରର ଏଭଳି ଉଗ୍ରରୂପ। କାହିଁକି ସମୁଦ୍ରର ଏଭଳି ରୂପ, ଏହାର ଅନୁଧ୍ୟାନ କରିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଓସନ୍‌ ଟେକ୍ନୋଲୋଜିର ୨ଜଣ ବିଶେଷଜ୍ଞ। ଏମାନଙ୍କ ସହ ଆଇସିଜେଡଏମ୍‌ର ବୈଜ୍ଞାନିକ ଓ ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ମିଶାଇ ୪ଜଣିଆ ଟିମ ମଙ୍ଗଳାନଦୀ ମୁହାଣଠାରୁ ଲାଇଟହାଉସ ବେଳାଭୂମି ଓ ସ୍ୱର୍ଗଦ୍ୱାର ବେଳାଭୂମିର ଅନୁଧ୍ୟାନ କରିଛନ୍ତି।

୪୮୦ ସମୁଦ୍ରତଟ ମଧ୍ୟରୁ ୫୦ କିଲୋମିଟର ବେଶୀ କ୍ଷତିଗ୍ରସ୍ତ ହେଉଛି। ତେବେ ପୁରୀ ବେଳାଭୂମି ଅବକ୍ଷୟ ରୋକିବାକୁ ଚେଷ୍ଟା କରାଯାଉଛି। ମଙ୍ଗଳା ନଦୀର ଗତିପଥ ପରିବର୍ତ୍ତନ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଚାଲିଛି। ଏଥିପାଇଁ ୧୪କୋଟି ଟଙ୍କାର ଏକ ପ୍ରୋଜେକ୍ଟ ପ୍ଲାନ୍‌ କରାଯାଇଛି ବୋଲି ଜଳ ସେଚନ ବିଭାଗ ପକ୍ଷରୁ କୁହାଯାଇଛି। ପୁରୀ ବେଳାଭୂମି ଅବକ୍ଷୟ ଏବେର ସମସ୍ୟା ନୁହେଁ  ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ଉପୁଜିଥିଲା। ସେତେବେଳେ ମଧ୍ୟ ବେଳାଭୂମି ଓ ମଙ୍ଗଳାନଦୀ ମୁହାଣ ଅନୁଧ୍ୟାନ କରାଯାଇଥିଲା।

 

You might also like