ଚମକିବ ଚନ୍ଦ୍ରଭାଗା; ଖୁବ୍‌ ଶୀଘ୍ର ମାଷ୍ଟରପ୍ଲାନ

ଭୁବନେଶ୍ୱର: ଚନ୍ଦ୍ରଭାଗା ପାଇଁ ହେବ ମାଷ୍ଟରପ୍ଲାନ୍। ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଇଏଏସ୍ ସମ୍ମିଳନୀର ଦ୍ୱିତୀୟ ଦିନର ବୈଠକ ଆଜି କୋଣାର୍କରେ ଅନୁଷ୍ଠିତ ହୋଇଛି। ଆଇଏଏସ୍ ସମ୍ମିଳନୀ ପାଇଁ କୋଣାର୍କରେ ଇକୋ ରିଟ୍ରିଟ୍‌ରେ ଏକାଠି ହୋଇଛନ୍ତି ବରିଷ୍ଠ ଅଇଏଏସ୍ ଅଧିକାରୀ ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ଏବଂ ଏସ୍‌ପି ସକାଳୁ ପ୍ରାତଃଭ୍ରମଣ ଲାଗି ଏକାଠି ହୋଇଥିଲେ । ଏହି ଅବସରରେ ଚନ୍ଦ୍ରଭାଗା ପାଇଁ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେବା ସହ ଚନ୍ଦ୍ରଭାଗା ବେଳାଭୂମିକୁ ଅଧିକ ସ୍ୱଚ୍ଛ ରଖିବା ଲାଗି ପ୍ରସ୍ତାବ ଦେଇଥିଲେ। ସେହିପରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟ ଶାସନ ସଚିବ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ

You might also like