କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଭାରତର ତିନି ସେନା

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଉଛନ୍ତି ଭାରତର ତିନି ସେନା।

ଏନେଇ ଆଜି ହୋଇଛି ବ୍ୟାପକ ପ୍ରସ୍ତୁତି। ଆଜି  କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ।

ଉତ୍ତରରେ ଶ୍ରୀନଗର, ଦକ୍ଷିଣରେ ଥିରୁଅନନ୍ତପୁରମ୍, ପୂର୍ବରେ ଦିବ୍ରୁଗଡ଼ରୁ ପଶ୍ଚିମରେ ଗୁଜରାଟ କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରେ ଫ୍ଲାଏ ପାଷ୍ଟ କରାଯିବ।

ଏଥିରେ ଫାଇଟର ପ୍ଲେନ ସହ ଅନ୍ୟ ବିମାନ ସାମିଲ ହୋଇ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ କୋଭିଡ ଆକ୍ରାନ୍ତ ଏବଂ କରୋନା ଯୋଦ୍ଧାଙ୍କ ଉପରେ ପୁଷ୍ପବୃଷ୍ଟି କରିବେ।

ସେହିପରି ନୌସେନା ପକ୍ଷରୁ ମଧ୍ୟ ସମୂଦ୍ର ଉପକୂଳରେ ବିଭିନ୍ନ ଫର୍ମେସନ କରାଯିବ। ଇଣ୍ଡିଆନ କୋଷ୍ଟଗାର୍ଡର ଜାହାଜଗୁଡ଼ିକ ଦେଶର ୨୪ଟି ସ୍ଥାନରେ ରହି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ।  ଓଡ଼ିଶାର କିମ୍ସ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ ଉପରେ ଭାରତୀୟ ବାୟୁ ସେନା ପକ୍ଷରୁ ପୁଷ୍ପବୃଷ୍ଟି କରିଛି। ଆଜି ସକାଳେ ହେଲିକପ୍ଟର ସାହାଯ୍ୟରେ କିମ୍ସରେ କାର୍ଯ୍ୟରତ କରୋନା ଡାକ୍ତରଙ୍କ ଉପରେ ପୁସ୍ପ ବୃଷ୍ଟି ହୋଇଛି।

କୋରନା ମୁକାବିଲା ସମୟରେ ପୋଲିସ ପ୍ରତି ସମ୍ମାନ ଜଣାଇ ବିଭିନ୍ନ ପୋଲିସ ସ୍ମାରକୀରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯିବ।

You might also like