ଡ୍ରାଗନ୍‌କୁ ସାମ୍‌ନା କରିବାକୁ ଭାରତ ବି ନେବ ଆକ୍ରମଣାତ୍ମକ ପଦକ୍ଷେପ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ମୁଖ୍ୟ ରଖିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୟାନ। ବାୟୁସେନା ମୁଖ୍ୟ RKS ଭଦୋରିଆ କହିଛନ୍ତି ଯେ, LACରେ ଯଦି ଚୀନ୍ ସେନା ଆକ୍ରମଣାତ୍ମକ ହେବ, ତେବେ ଭାରତ ପଛଘୁଞ୍ଚା ଦେବ ନାହିଁ। ଚୀନ୍ ସେନାକୁ ସାମ୍ନା କରିବାକୁ ଭାରତ ବି ଆକ୍ରମଣାତ୍ମକ ପଦକ୍ଷେପ ନେବ ବୋଲି ସ୍ପଷ୍ଟ କରିଛନ୍ତି ବାୟୁସେନା ମୁଖ୍ୟ।

ରାଜସ୍ଥାନର ଯୋଧପୁରରେ ଆୟୋଜିତ ଭାରତ-ଫ୍ରାନ୍ସ ସମରାଭ୍ୟାସ ଡେଜର୍ଟ ନାଇଟ୍-୨୧ରେ ଯୋଗ ଦେଇ ଏୟାର ଚିଫ୍ ମାର୍ଶଲ କହିଛନ୍ତି ଯେ, DRDO ସହ ମିଶି ଭାରତ ଫିଫଥ ଜେନେରେସନର ଫାଇଟର ଜେଟ୍ ନିର୍ମାଣ କରୁଛି। ଏଥିରେ ସିକ୍ସଥ ଜେନେରେସନ୍‌ର ଯୁଦ୍ଧାସ୍ତ୍ର ଓ ଜ୍ଞାନ କୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ବାୟୁସେନା ମୁଖ୍ୟ।

ସେପଟେ ଭାରତ-ଚୀନ୍ ସୀମା ବିବାଦ ସମାଧାନ ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆସନ୍ତାକାଲି ନବମ କମାଣ୍ଡର ସ୍ତରୀୟ ବେଠକ ଅନୁଷ୍ଠିତ ହେବ LACରେ ଚୀନ ସୀମାରେ ଥିବା ମଲ୍ଡୋରେ ଏହି ବୈଠକ ବସିବ ସୈନ୍ୟ ପ୍ରତ୍ୟାହାରକୁ ନେଇ ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ଥିବାରୁ ପୂର୍ବରୁ ସମସ୍ତ କମାଣ୍ଡର ସ୍ତରୀୟ ବୈଠକ ସଫଳ ହୋଇପାରିନାହିଁ।

ଶେଷଥର ପାଇଁ ନଭେମ୍ବର ୬ରେ ଉଭୟ ଦେଶ ମଧ୍ୟରେ ଲଦାଖର ଚୁଶୁଲ ଠାରେ କୋର୍ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଦୀର୍ଘ ୬ ମାସ ହେଲାଣି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏଥିପାଇଁ ସୀମାର ଉଭୟ ପାର୍ଶ୍ୱରେ ଦୁଇ ଦେଶ ପକ୍ଷରୁ ହଜାର ହଜାର ସୈନ୍ୟ ମୁତୟନ କରାଯାଇଛି।

ସ୍ଥଳସେନା ଦିବସ ପରେଡ୍‌ରେ ସମ୍ବୋଧିତ କରି ଚୀନ୍‌କୁ ଖୋଲାଖୋଲି ଚେତାବନୀ ଦେଇଥିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରଓ୍ୱାଣେ। ସେ କହିଥିଲେ ଯେ ଆମ ଧୈର୍ଯ୍ୟର ପରୀକ୍ଷା ନିଅନାହିଁ। ଗଲ୍ଓ୍ୱାନ ଘାଟିର ବାହାଦୁରଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ଜେନେରାଲ୍ ନରଓ୍ୱାଣେ। ଏଥିସହ ଏଲ୍ଓସି ସେପଟେ ୩୦୦ରୁ ୪୦୦ ଆତଙ୍କୀ ଅନୁପ୍ରବେଶ ଅପେକ୍ଷାରେ ଥିବା ସେ ଚେତାଇ ଦେଇଛନ୍ତି।

ଗତ ବର୍ଷ ଜୁନରେ ଭାରତ-ଚୀନ ମଧ୍ୟରେ ବିବାଦ ପରେ  ସୀମାରେ ସୁରକ୍ଷାକର୍ମୀ ମୁତୟନକୁ କଡାକଡି କରାଯାଇଛି ।  ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ  ଚୀନ ସେନାର ଯବାନ କେଉଁ ପରିସ୍ଥିତିରେ ସୀମା ପାର୍‌ କରିଥିଲେ ଓ ଭାରତ ପଶି ଆସିଥିଲେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।

You might also like