ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ। ଆଜି ସକାଳ ୭.୩୦ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ପରଲୋକ ହୋଇଛି। କିଛି ଦିନ ଧରି ସେ ଲିଭର କ୍ୟାନସରରେ ପୀଡିତ ଥିଲେ। ପ୍ରିୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ସମ୍ପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ମିଳିଛି।

୧୯୭୬ ବ୍ୟାଚର ଆଇଏଏସ ଅଫିସର ତାଙ୍କ କ୍ୟାରିୟର ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦକ୍ଷତାର ସହ ସମ୍ଭାଳିଥିଲେ। ଓଡିଶା ଜୁଡୋ ଆସୋସିଏସନର ସେ ସଭାପତି ଥିଲେ।

ପୂର୍ବତନ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା କହିଛନ୍ତି ଯେ ସେ ଜଣେ ଜଣାଶୁଣା ପ୍ରଶାସନିକ ଅଧିକାରୀ ଥିଲେ। ତାଙ୍କର ଭିନ୍ନ କାର୍ଯ୍ୟଶୈଳୀ ଯୋଗୁ ସେ ବେଶ ଲୋକପ୍ରିୟ ଥିଲେ। ସାମାଜିକ ଓ ପ୍ରଶାସିନକ କ୍ଷେତ୍ରରେ ତାଙ୍କର ଅବଦାନ ଅନେକ ଥିଲା। ସେ ସମସ୍ତଙ୍କ ସହିତ ବନ୍ଧୁତାର ହାତ ବଢାଉଥିଲେ।

You might also like