କ୍ୟାମେରା ଅାଗରେ ମୁହଁ ଖୋଲିଲା ଟିଟୋ

ଭୁବନେଶ୍ୱର : ୧୬ ଦିନ ତଳେ ଗିରଫ, ୧୨ ଦିନ ଧରି ମାରାଥନ୍ ଜେରା। ଆଉ ଏସ୍‌ଟିଏଫ୍ ରିମାଣ୍ଡ ସରିବା ପରେ କେନ୍ଦ୍ରାପଡା ବାରିମୂଳ ଜେଲ୍‌ରେ ଗ୍ୟାଙ୍ଗଷ୍ଟର ଟିଟୋ। ତେବେ କୋର୍ଟକୁ ଆସିଥିବା ବେଳେ ଅାଜି ଗଣମାଧ୍ୟମ ଅାଗରେ ମୁହଁ ଖୋଲିଛି ଟିଟୋ। କହିଛି, ତାକୁ ଫସେଇ ଦିଅାଯାଇଛି। ତେବେ ଏଥିରେ ପଲିଟିକାଲ ଲିଙ୍କ୍ ଅଛି ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ।

ତେବେ ଟିଟୋକୁ କିଏ ଓ କାହିଁକି ଫସେଇଛି। ୧୯୯୮ରୁ ଦୁଇ ଦଶନ୍ଧିରୁ ଅଧିକା ସମୟ ଧରି ଟେଣ୍ଡର ଫିକ୍ସିଂ,ଦାଦାବଟି ଅାଦାୟ ଓ ଅପରାଧିକ କାର୍ଯ୍ୟକଳାପ ସହ ନିଜ ବ୍ୟବସାୟ ସାମ୍ରାଜ୍ୟକୁ ବଢାଇ ଚାଲିଥିଲା ଟିଟୋ। ତେବେ ଏତେ ଦିନ ଧରି ପୁଲିସ କଣ ଏସବୁ ଜାଣିପାରୁନଥିଲା ? ଯଦି ଜାଣିଥିଲା ଅାଗରୁ ନଧରି ଏବେ ହଠାତ୍ କାହିଁକି ତା ବିରୁଦ୍ଧରେ କଡା ଅାଭିମୂଖ୍ୟ ଗ୍ରହଣ କରାଗଲା? ଏହା ପଛରେ କିଛି ରାଜନୈତିକ ଅଭିସନ୍ଧି ରହିଛି କି? ଏବେ ସେସବୁ ଖୋଳତାଡ ହେବ ନା କିଛି ନିର୍ଦ୍ଦିଷ୍ଟ ପିଲିଟିକାଲ୍ ଲିଙ୍କ୍ ସାବ୍ୟସ୍ତ କରିବାକୁ ଯୋଗାଡ଼ ହେଉଛି ତଥ୍ୟ ପ୍ରମାଣ। ଏହାକୁ ନେଇ ରାଜନୈତିକ ଅାରୋପ ପ୍ରତ୍ୟାରୋପ ବି ଜୋର ଧରିଛି।

ଅନ୍ୟପକ୍ଷରେ ଟିଟୋକୁ ପୁଣି ରିମାଣ୍ଡରେ ଅାଣିପାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍।  ଅାଳିରେ ଜଳସଂପଦ ବିଭାଗର ୭ କୋଟି ଟଙ୍କା କାମ ବାବଦକୁ ସେ ଠିକାଦାରଙ୍କଠୁ ବନ୍ଧୁକ ମୁନରେ ୭୦ ଲକ୍ଷ ଟଙ୍କା ଦାଦାବଟି ନେଇଥିବା ଅଭିଯୋଗ ରହିଛି। ସେହିପରି ଇଣ୍ଟରଷ୍ଟେଟ୍ ଅପରାଧ ଲିଙ୍କ୍‌ ଓ କଳା ବ୍ୟବସାୟିକ ସାମ୍ରାଜ୍ୟ ସଂପର୍କରେ ଖୋଳତାଡ଼ ନେଇ ଏସ୍‌ଟିଏଫ୍ ତାଙ୍କୁ ପୁଣି ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି। ସେପଟେ ଗତକାଲି ଦୁଇ ସାର୍ପ ସୁଟର ଧରାପଡିବା ପରେ ଟିଟୋ ଗ୍ୟାଙ୍ଗର ଅାଉ କିଛି ହାର୍ଡକୋର କ୍ରିମିନାଲ ଓ ତାର ଭାଇମାନଙ୍କୁ ଏବେ ଖୋଜୁଛି ଏସ୍‌ଟିଏଫ୍।

ଆହୁରି ପଢ଼ନ୍ତୁ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

You might also like