ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଲେ ନିରଞ୍ଜନ

ଭୁବନେଶ୍ୱର: କଂଗ୍ରେସରେ ନେତୃତ୍ୱ କିଏ ନେବ ସେନେଇ ଯେଉଁ ଦ୍ୱନ୍ଦ୍ୱ ଲାଗି ରହିଥିଲା ତାହା ଦୂର ହୋଇଛି। କଂଗ୍ରେସର ଅନ୍ତରୀଣ ସଭାପତି ଭାବେ ସୋନିଆ ଗାନ୍ଧିଙ୍କୁ ଚୟନ କରାଯାଇଛି। ଏସବୁ ଭିତରେ ଏବେ ରାଜ୍ୟ କଂଗ୍ରେସରେ ନବକଳେବର ହେବ କି? ଏବେ ଏମିତି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଇସ୍ତଫା ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ‘ଯେଉଁଦିନ ନିର୍ବାଚନ ଫଳ ବାହାରିଲା ସେଇଦିନ ମୁଁ ଇସ୍ତଫା ଦେଇ ସାରିଛି। କିନ୍ତୁ ଏପର୍ଯ୍ୟନ୍ତ ମୋ ଇସ୍ତଫା ଗ୍ରହଣ କରି ନାହାନ୍ତି। ଇସ୍ତଫା ଦେବା ପରେ ମୁଁ ୩ ଥର ଦିଲ୍ଲୀ ଯାଇ ମୋ ଇସ୍ତଫା ଗ୍ରହଣ କରନ୍ତୁ ବୋଲି ଅନୁରୋଧ କରି ଆସିଛି। ଗତକାଲି ବି ଇସ୍ତଫା ଗ୍ରହଣ କରିବାକୁ କହି ଆସିଛି।‘

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ମଧ୍ୟ ନିରଞ୍ଜନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଧାରା ୩୭୦ ଉଚ୍ଛେଦ ପଦ୍ଧତି ସଠିକ୍ ଢଙ୍ଗରେ ହୋଇନାହିଁ। ନିଜର ସ୍ଥିତିକୁ ବୃଦ୍ଧି କରିବା ପାଇଁ ବିଜେପି ଗାନ୍ଧି ଏବଂ ନେହରୁ ପରିବାରକୁ କୌଣସି ନା କୌଣସି ଆଳ ଦେଖାଇ ବଦ୍‌ନାମ କରିବାକୁ ଚାହୁଁଛି।

ତେବେ ଏନେଇ ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like