ବସ୍ ଓଲଟି ୪୦ ଆହତ
ଧର୍ମଗଡ଼: ପୁଣି ବସ୍ ଦୁର୍ଘଟଣା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। କୋକସରା ନିକଟବର୍ତ୍ତୀ ବଡ଼କେନ୍ଦୁଗୁଡ଼ାରେ ଭାରସାମ୍ୟ ହରାଇ ଏହି ବସ୍ଟି ଓଲଟିପଡ଼ିଥିଲା। ଆହତ ୪୦ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ #odisha pic.twitter.com/HNtjsaBkyq
— ଓଟିଭି (@otvkhabar) December 13, 2020