କାର୍‌ରେ ନୁହେଁ ବରଂ ବାଇକ୍‌ରେ ଖସିଯାଇଥିଲା ହାଇଦର?

ପୋଲିସକୁ କିପରି ଚକମା ଦେଲା ହାଇଦର ?

  • ଖସିଗଲା ନା ଖସାଇଦେଲେ ?
  • ହାଇଦର SCBରେ ଆଡମିଟ୍ ନେଇ କାହିଁକି ତଥ୍ୟ ଲୁଚାଯାଇଥିଲା ?
  • ଫେରାର ହେଲା ନାଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ?
  • ପୋଲିସକୁ କିପରି ଚକମା ଦେଲା ହାଇଦର ?
  • ରମଜାନ୍ ପୂର୍ବରୁ ଫେରାର ହେବାକୁ ଥିଲା କି ଯୋଜନା ?
  • ହାଇଦର ଏବେ କେଉଁଠି ?
  • ବାହାର ରାଜ୍ୟରେ ଥିଲେ କିପରି ଖୋଜିବ ପୋଲିସ୍ ?

କଟକ: କେମିତି ଫେରାର୍ ହେଲା ଗ୍ୟାଙ୍ଗଷ୍ଟର ହାଇଦର ? ଓଟିଭି ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ପୋଲିସ ପକ୍ଷରୁ ମିଳିଥିବା ଏକ ବିଶ୍ୱସ୍ତ ସୂଚନାରୁ ଜଣାପଡ଼ିଛି ଯେ, କାରରେ ନୁହେଁ, ବରଂ ଏସ୍ସିବି ମେଡ଼ିକାଲ୍ ପରିସରରୁ ବାଇକରେ ଖସିଯାଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏଥିପାଇଁ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ୍ ମାର୍ଫତରେ ୨ଟି ପଲ୍ସର କିଣାଯାଇଥିଲା। ଆଉ ପୋଲିସ ଆଖିରୁ ବର୍ତ୍ତିବା ପାଇଁ ଯେଉଁ ସମୟରେ ଚେକିଂ ହୁଏନାହିଁ, ସେହି ସମୟକୁ ହିଁ ହାଇଦର ବାଛିଥିଲା ଖସିଯିବା ପାଇଁ। ଆଉ ଏସ୍ସିବି ପରିସରରୁ ବାଇକ୍ ପଛରେ ବସି ପ୍ରଥମେ କଟକ ପାରି ହୋଇଗଲା ହାଇଦର ବୋଲି ସୂଚନା ମିଳିଛି। କଟକ ପାରି ହେବା ପରେ ଏକ କାର ଯୋଗେ ବସି ହୋଇଗଲା ସୀମାପାର୍। ପୋଲିସ ପଞ୍ଝାରୁ ଖସିଯିବା ପାଇଁ ହାଇଦର ଦିନେ କି ଅଧେ ନୁହେଁ, ମାସେ ପୂର୍ବରୁ ତିଆରି କରିଥିଲା ବ୍ଲୁ ପ୍ରିଣ୍ଟ।

ଗତ ଜାନୁୟାରୀ ଏବଂ ଫେବୃୟାରୀରେ ସମ୍ବଲପୁରରୁ ଏସ୍ସିବି ଆସିଥିବାବେଳେ କରିଥିଲା ରେକି। ସମ୍ବଲପୁରରୁ ଏସ୍ସିବିକୁ ତାକୁ କେମିତି ଅଣାଯାଉଛି ? ଏସ୍ସିବି ମେଡ଼ିକାଲ୍ ପରିସରରେ ଥିବା ଫାଣ୍ଡିକୁ ସୂଚନା ଦିଆଯାଉଛି ନା ନାହିଁ ? ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ରମଜାନ୍ ପୂର୍ବରୁ ହାଇଦର ନିଜ ଚାଲରେ ସଫଳ ହୋଇଛି। ଏଥିରେ ସହଯୋଗ କରିଛନ୍ତି ହାଇଦରର ମଝିଆ ପୁଅ ଆଝାରୁଦ୍ଧିନ, ସାନ ପୁଅ ଚୁନୀ ସମେତ ୧୦ ଜଣ ସମ୍ପର୍କୀୟ। ଏସ୍ସିବି ମେଡ଼ିକାଲ୍ ପରିସରରୁ ବାହାରିବା ପରେ ଭିନ୍ନ ଭିନ୍ନ ରୁଟରେ ଖସିଯାଇଥିଲେ ହାଇଦର ଏବଂ ସହଯୋଗୀ। ଫଳରେ ସିସିଟିଭି ଫୁଟେଜ୍ ମିଳିଥିଲେ ବି ହାଇଦରକୁ ଧରିବା ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇପଡ଼ିଛି।

ଏସବୁ ଭିତରେ ପୋଲିସର ଦାୟିତ୍ୱ ପଣିଆକୁ ନେଇ ଛିଡ଼ା ହୋଇଛି ଏକାଧିକ ପ୍ରଶ୍ନ। ମାତ୍ର ୬ ଜଣ କନେଷ୍ଟବଳଙ୍କୁ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସହ ଏସକର୍ଟ କରି ପଠାଯିବା, ତାମଧ୍ୟରୁ ଡ୍ୟୁଟିରେ ଜଣେ ଥାଇ ଅନ୍ୟମାନେ ହୋଟେଲରେ ରହିବା, ଆଡମିଶନ ହେବା କ୍ଷଣି ହାଇଦରକୁ କ୍ୟାବିନ୍ ଯୋଗାଇ ଦିଆଯିବା ଆଦି ଅନେକ ପ୍ରଶ୍ନବାଚୀ ଛିଡ଼ା କରାଇଛି। ଏହାପଛରେ ଏକାଧିକ ବଡ଼ ଲୋକଙ୍କ ସଂପୃକ୍ତି ନାହିଁ ତ ? ଏଭଳି ବି ଆଶଙ୍କା ଏବେ ଘନୀଭୁତ ହେଉଛି। ଆଉ ଏକ ବଡ଼ ସୂଚନା ହେଉଛି, ହାଇଦର ଏଯାଏଁ ଦେଶ ବାହାରକୁ ଯାଇନି ବୋଲି ସୂଚନା ମିଳିଛି। କଟକ ଏସ୍ସିବିରୁ ଖସିଯାଇଥିଲେ ବି ସେ ଦେଶ ଭିତରେ ହିଁ ଅଛି ବୋଲି ଜଣାଯାଇଛି।

You might also like