ସାମାନ୍ୟ କଳହରୁ ହତ୍ୟାକାଣ୍ଡ ; ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ

ସମ୍ବଲପୁର : ସାମାନ୍ୟ କଳହରୁ ହତ୍ୟାକାଣ୍ଡ। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଲେଦିମଦୁଲି ଗାଁରେ ଏହି ଘଟଣା ଘଟିଛି। ସାମାନ୍ୟ ବଚସା ଯୋଗୁ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ। ସେଥିରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାଟି ଗତକାଲି ରାତିରେ ଘଟିଥିବା ବେଳେ ଆଜି ଅଭିଯୁକ୍ତ ସ୍ୱାମୀ ଉପେନ୍ଦ୍ର ଦୀପ କୁଚିଣ୍ଡା ଥାନାରେ ଆତ୍ମସମର୍ପଣ କରିଥିଲେ। ପରେ ପୁଲିସ ପହଞ୍ଚି ଘଟଣାସ୍ଥଳରୁ ଠେଙ୍ଗା ଜବତ କରି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

You might also like