କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ମୁକ୍ତାସାହିରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହରୁ ଗତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ କହିଛି। ତେବେ ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି ।
ଅଭିଯୁକ୍ତ ଟୁକୁରା ଜୁଅାଙ୍ଗ ଗତ ରାତିରେ ମଦ ପିଇ ଘରକୁ ଅାସିଥିଲା। ମଦ ପିଇଥିବାରୁ ସ୍ତ୍ରୀ ଗୁରୁବାରୀ ଗାଳିଗୁଲଜ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଟୁକୁରା ଏକ ଠେଙ୍ଗାରେ ଗୁରୁବାରୀଙ୍କୁ ପିଟିଥିଲା। ମୁଣ୍ଡରେ ଅାଘାତ ଲାଗି ତଳେ ପଡ଼ିଯିବା ପରେ, ଟୁକୁରା ଏକ ଛୁରୀରେ ଗୁରୁବାରୀଙ୍କ ବେକ ଓ ପାଟି କାଟି ଦେଇଥିଲା ।
ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଗୁରୁବାରୀଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପ୍ରଘଟ ହେବା ପରେ ଟୁକୁରା ନିଜ ପୁଅକୁ ଧରି କେଉଁଅାଡ଼େ ପଳାଇଛି। ସେପଟେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।