ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ମୟୂରଭଞ୍ଜ: ହାଟରୁ ଫେରିବାରେ ବିଳମ୍ବ ହେବାରୁ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କପ୍ତିପଦା ଥାନା ମୟୂରନଚା ଗାଁରେ। ମୃତକ ଜଣକ ହେଲେ ବୁଦ୍ଧି ନାଏକ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ସ୍ୱାମୀ ଅଶୋକ ନାଏକଙ୍କୁ ପୁଲିସ୍‌ ଗିରଫ କରିଛି।

ସୂଚନା ଅନୁସାରେ, ଗତକାଲି ବୁଦ୍ଧି ହାଟକୁ ଯାଇଥିବାବେଳେ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ଅଶୋକ ଏକ କାଠ ଫାଳିଆରେ ସ୍ତ୍ରୀକୁ ପିଟି ପିଟି ମାରିଦେଇଥିଲେ। ପରେ ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ଏକ କିଲୋମିଟର ଦୂରରେ ଏକ ଜଙ୍ଗଲରେ ନେଇ ରଖିଥିଲେ।

ଆଜି ସକାଳେ ସ୍ଥାନୀୟ ବାସିନ୍ଦା ଘଟଣା ସମ୍ପର୍କରେ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଅଶୋକକୁ ଗିରଫ କରିଛି।

You might also like