ସୈତାନ ସ୍ୱାମୀ: ସ୍ତ୍ରୀକୁ ହତ୍ୟା କରି କଦଳୀ ଗଛ ତଳେ ପୋତିଦେଲା

ସୁନ୍ଦରଗଡ଼: ଏତେ ନୃଶଂସ କଣ ମଣିଷ ହୋଇପାରେ ! ଯାହାକୁ ବିଶ୍ୱାସ କରି ହାତ ଧରିଥିଲା, ଆଜି ସେଇ ବିଶ୍ୱାସର ହାତ ନୃଶଂସ ଭାବେ ହତ୍ୟା କରିବାକୁ ପଛାଇଲାନି। ନିଜ ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିଦେଲା ସୈତାନ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ତଳସରା ଥାନା ସବଡେଗା ଗାଁରେ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେ଼ଗା ବସ୍ତିରେ ରୁହନ୍ତି ଖଏରୁ ନାଏକ ଓ ସ୍ତ୍ରୀ ଶକୁନ୍ତଳା ନାଏକ। ସ୍ତ୍ରୀ ଶକୁନ୍ତଳା ନାଏକ ୩୦ ବର୍ଷ ପୂର୍ବେ ନିଜ ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ଛାଡି ଖଏରୁ ନାଏକଙ୍କ ପାଖକୁ ଚାଲିଆସିଥିଲେ ଓ ତାଙ୍କୁ ବିବାହ କରିଥିଲେ। ଖଏରୁ ମୂଲ ଲାଗି କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଘରକୁ ଘର ବୁଲି କାମଧନ୍ଦା କରୁଥିଲେ। କିନ୍ତୁ ହଠାତ୍ କୁଆଡେ ନିଖୋଜ ହୋଇଗଲେ। ଶେଷରେ ଜୀବନ୍ତ ନୁହେଁ, ମୃତ ଆବସ୍ଥାରେ ମାଟି ତଳୁ ବାହାରିଲା ଶକୁନ୍ତଳାଙ୍କ ଶରୀର।

ଗାଁ ଲୋକ ଓ ଶକୁନ୍ତଳାଙ୍କ ଝିଅର ଅଭିଯୋଗ ଅନୁସାରେ, ଖଏରୁ ଆଉ ଜଣେ ମହିଳାଙ୍କ ସହିତ ସମ୍ପର୍କ ରହିଛି। ସେହି ମହିଳାଙ୍କ ସହିତ ମିଶି ଖଏରୁ ସ୍ତ୍ରୀ ଶକୁନ୍ତଳାକୁ ମାରି ଦେଇଛନ୍ତି। ସ୍ତ୍ରୀ କୁ ହତ୍ୟା କରି ନିଜ ଘର ବାଡ଼ିରେ ମାଟି ତଳେ ସ୍ୱାମୀ ପୋତିଦେଇଥିଲା। ଗାଁ ଲୋକେ ସନ୍ଦେହ କରି ହତ୍ୟାକାରୀ ସ୍ୱାମୀକୁ ପଚରାଉଚରା କଲା ପରେ ସେ ଗତ ଶନିବାର ଦିନ ସ୍ତ୍ରୀକୁ ହତ୍ୟା କରିଥିଲା। କାଳେ ଜଣାପଡ଼ିଯିବ, ସେଥିପାଇଁ ସ୍ତ୍ରୀକୁ ମାଟିତଳେ ପୋତିଦେଇଥିଲା। ପୋତିବା ପରେ ସେଠାରେ ଗୋଟିଏ କଦଳୀ ଗଛ ଲଗାଇ ଦେଇଥିଲା। କିନ୍ତୁ ସେଠାରେ ଦୁର୍ଗନ୍ଦ ବାହାରିବା ପରେ ଗାଁ ଲୋକଙ୍କ ସନ୍ଦେହ ବଢିଥିଲା। ପରେ ନିଖୋଜ ଥିବା ଶକୁନ୍ତଳା କଥା ପଚାରିବାରୁ  ଗାଁ ଲୋକଙ୍କ ଆଗରେ ସବୁ ସତ ମାନିଯାଇଥିଲା ହତ୍ୟାକାରୀ ସ୍ୱାମୀ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମାଜିଷ୍ଟ୍ରେଟ ଆସିଲେ ଶବ ଖୋଳାଯିବ ବୋଲି ସୂଚନା ମିଳିଛି। ଏହା ପରେ ଗାଁ ଲୋକେ ସ୍ୱାମୀ ଖଏରୁ ନାଏକକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ତଲସରା ପୋଲିସ ଆସିବା ପରେ ହତ୍ୟାକାରୀ ସ୍ୱାମୀକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି ଗାଁ ଲୋକେ ।

You might also like