ବିଚ୍‌ ରାସ୍ତାରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ!

ଝାରସୁଗୁଡ଼ା: ବିଚ୍ ରାସ୍ତା ଉପରେ ସ୍ତ୍ରୀକୁ ପଥରରେ ଛେଚି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସୁନୀତା।

ଲଖନପୁର ଥାନା ଭତଲମା ଗାଁ ରାସ୍ତାକଡ଼ରୁ ସୁନୀତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଭତଲମା ଗାଁର ଅଶୋକ ଦଣ୍ଡସେନା ଏବଂ ସ୍ତ୍ରୀ ସୁନୀତା କୌଣସି କାମରେ ଝାରସୁଗୁଡ଼ା ଯାଇଥିଲେ। ରାତିରେ ଫେରିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏଥିରେ ସ୍ୱାମୀ ଅଶୋକ ଉତ୍‌କ୍ଷିପ୍ତ ହୋଇ ସୁନୀତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।  ଅଶୋକଙ୍କୁ କୁମ୍ଭାରବନ୍ଧ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

You might also like