କଟକରେ ଫୁଟିଲା ବୋମା

କଟକ: କଟକ ଖାନନଗର ପୂଜା ମଣ୍ଡପ ନିକଟରେ ଥିବା ଏକ ମିଠା ଦୋକାନ ଉପରକୁ ବୋମାମାଡ଼ ହୋଇଛି। ଆଜି ସକାଳେ ଏହି ବୋମାମାଡ଼ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମିଠା ଦୋକାନ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ତେବେ କେଉଁ କାରଣରୁ ବୋମାମାଡ଼ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ଘଟଣାସ୍ଥଳରେ ବାଦାମବାଡ଼ି ପୁଲିସ୍‌ ପହଞ୍ଚି ଘଟଣାର ଖୋଳତାଡ଼ କରୁଛି।

You might also like