ଚିଲିକାରେ ଶିକାରୀଙ୍କ ଟାର୍ଗେଟରେ ବିଦେଶୀ ପକ୍ଷୀ

ଚିଲିକା: ଚିଲିକାରେ ଶିକାରୀଙ୍କ ପାଇଁ ବିପଦରେ ବିଦେଶୀ ବିହଙ୍ଗ। ପ୍ରତିଦିନ ଶିକାର ଯୋଗୁଁ ଶହ ଶହ ବିଦେଶୀ ପକ୍ଷୀଙ୍କ ଜୀବନ ଯାଉଛି। ବିଦେଶୀ ପକ୍ଷୀଙ୍କ ଭୂସ୍ୱର୍ଗ ହେଉଛି ଚିଲିକାର ନଳବଣ ଏବଂ ମଙ୍ଗଳାଯୋଡି ଅଂଚଳ। ପ୍ରତିବର୍ଷ ସାଇବେରିଆ, ମାଲେସିୟା, କାଜାଖସ୍ତାନ୍, ମଙ୍ଗୋଲିଆ ଭଳି ଅଂଚଳରୁ ହଜାର ହଜାର ମାଇଲ ମାଇଲ୍ ଅତିକ୍ରମ କରି ଖାଦ୍ୟ ଅନ୍ୱଷଣରେ ଉଡ଼ିଆସନ୍ତି ଏହି ବିଦେଶୀ ପକ୍ଷୀ।

ହେଲେ ଏବେ ଏମାନଙ୍କ ଜୀବନ ଏବେ ବିପଦରେ। ବିଦେଶୀ ପକ୍ଷୀଙ୍କ ମାଂସର ବେଶ୍ ଚାହିଦା ରହୁଥିବାରୁ ଶିକାର ବଢିବାରେ ଲାଗିଛି। ନଳ ଚେର, କଇଁ ଫୁଲର କେଶର ଭିତରେ ବିଷ ଦେଇ ଶିକାରୀମାନେ ପକ୍ଷୀ ଶିକାର କରୁଛନ୍ତି। ଏଥିସହିତ କିଛି ସ୍ଥାନରେ ଡଙ୍ଗାରେ ବୁଲି ଗୁଳି ଫୁଟାଇବା ସହ ଫାଶ ଦେଇ ମଧ୍ୟ ପକ୍ଷୀ ଶିକାର କରୁଥିବା ଅଭିଯୋଗ ହୋଇଛି।

ପକ୍ଷୀ ଶିକାର ରୋକିବା ପାଇଁ ବନ ବିଭାଗ ସଚେତନତା ଫଳକ ଲଗାଇବା ସହ ୨୧ଟି ବେସ୍ କ୍ୟାମ୍ପ ଏବଂ ପାଣି ଭିତରେ ପାଟ୍ରୋଲିଂର ବ୍ୟବସ୍ଥା କରିଛି। କିନ୍ତୁ ୧୧ହଜାର ବର୍ଗ କିଲୋମିଟର ଚିଲିକାରେ ଏହା ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ ହୋଇଛି।

ଗତ ମାସେ ଭିତରେ କେବଳ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ୧୧ ଜଣ ଶିକାରୀଙ୍କୁ ଗିରଫ କରିଛି। ଏଥିସହିତ ବହୁ ପରିମାଣରେ ମୃତ ବିଦେଶୀ ପକ୍ଷୀ, ବନ୍ଧୁକ ଓ ଡଙ୍ଗା ଜବତ ହୋଇଛି। ତେବେ ଶିକାରୀମାନେ ପକ୍ଷୀ ଶିକାର କରୁଥିବା ଘଟଣାକୁ ସ୍ୱୀକାର କରିଥିବାବେଳେ ଚିଲିକା ଉପରେ କଡ଼ା ନଜର ରଖିଥିବା ବନ୍ୟ ପ୍ରାଣୀ ବିଭାଗ ସୂଚନା ଦେଇଛି।

BIRD_HUNTING_PKG_SP

 

 

You might also like