ଶିକାର କରିବାକୁ ଯାଇ ନିଜ ଗୁଳିରେ ନିଜେ ହେଲେ ଶିକାର

ସମ୍ବଲପୁର: ଶିକାର କରିବାକୁ ଯାଇ ଶିକାର ହୋଇଗଲା ଶିକାରୀ । ନିଜ ଗୁଳିର ଶିକାର ସେ ନିଜେ ହେଲେ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗଂଜାବାହାଲ ଗାଁରେ।  ମୃତକ ହେଲେ ବାହାଦୁର ସିଂ।  ଗତ ଶୁକ୍ରବାର ସେ ନିଜର ୩ ସହଯୋଗୀଙ୍କ ସହିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ଏକ ମୟୂରକୁ ନିଜ ଦେଶୀ ବନ୍ଧୁକରେ ପିଟିବାକୁ ଚେଷ୍ଟା କରିବା ବେଳେ ମୟୂର ବସିଥିବା ପଥରରେ ପିଟି ହୋଇଥିଲା ବନ୍ଧୁକରେ।  ଏହା ଦ୍ୱାରା ସେଥିରୁ ଗୁଳି ଫୁଟି ବାହାଦୁରଙ୍କ ଦେହରେ ବାଜିଥିଲା ।

ଗୁରୁତର ଅବସ୍ଥାରେ ସହଯୋଗୀମାନେ ତାଙ୍କୁ ଡାକ୍ତରଖାନା ଆଣୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଭୟରେ ସେମାନେ ତାକୁ ଜଙ୍ଗଲରେ ପୋତି ଦେଇଥିଲେ।  ପୋଲିସକୁ ଏ ସଂପର୍କରେ କୌଣସି ସୂତ୍ରରୁ ସୂଚନା ମିଳିବା ପରେ ବାହାଦୁରଙ୍କ ସହଯୋଗୀଙ୍କୁ ଘନ ଘନ ଜେରା କରାଗଲା।  ଏହା ପରେ ସେମାନେ ବଖାଣି ଥିଲେ ସତ ।

ଜଙ୍ଗଲରୁ ମୃତ ଦେହକୁ କାଢ଼ିବା ସହିତ ବ୍ୟବହୃତ ବନ୍ଧୁକକୁ ମଧ୍ୟ ପୋଲିସ ଜବତ କରିଛି ଏବଂ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି  ।

ଆହୁରି ପଢ଼ନ୍ତୁ

‘ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା’

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

You might also like