ମଦଭାଟି ଜାଳିଦେଲେ ଶତାଧିକ ମହିଳା

ନୂଅାପଡ଼ା : ମଦଭାଟି ଜାଳିଲେ ମହିଳା। ନୂଅାପଡ଼ା ଜିଲ୍ଲା ବେଲଟୁକୁରି ବିଶୋରା ଗଁାର ଏକ ଦେଶୀ ମଦଭାଟିକୁ ଜାଳି ଦେଇଛନ୍ତି ଶତାଧିକ ମହିଳା। ସେମାନେ ଭାଟି ଭାଙ୍ଗିବା ସହ ନିଆଁ ଲଗାଇ ଏହାକୁ ପୋଡ଼ି ଦେଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ଅନୁସାରେ ଗାଁରେ ମଦ ବିକ୍ରି ବନ୍ଦ ନେଇ ବାରମ୍ବାର ଜଣାଇବା ପରେ ବି କିଛି ସୁଫଳ ମିଳିନଥିଲା। ଫଳରେ ଅାଜି ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଭାଟିକୁ ଭାଙ୍ଗିବା ସହ ପୋଡ଼ି ଦେଇଛନ୍ତି ।

You might also like