କରଞ୍ଜିଆ: ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏକ୍ସପାଏରୀ ଡେଟ୍ ସରିବା ପୂର୍ବରୁ ମେଡିସିନ୍ ରୋଗୀଙ୍କୁ ଦିଆ ନ ଯାଇ ଅଳିଆ ଗଦାକୁ ଫିଙ୍ଗି ଦିଆଯାଉଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗଦା ଗଦା ମେଡିସିନ୍ ପୋତା ଯାଇଥିବା ଦେଖିବାକୁ ମିଳିଛି। ତେବେ ସେଥିମଧ୍ୟରୁ କିଛି ଔଷଧର ଏକ୍ସପାଏରୀ ଡେଟ୍ ଚାଲିଯାଇଥିବା ବେଳେ ଆଉ କିଛିର ଏକ୍ସପାଏରୀ ଡେଟ୍ ସରି ନାହିଁ।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ‘ଯେଉଁ ମେଡିସିନ୍ ପୋତାଗଲା, ସେଥିମଧ୍ୟରୁ ବହୁ ମେଡିସିନ୍ର ଏକ୍ସପାଏରୀ ଡେଟ୍ ସରି ନାହିଁ।’
ବେଳେବେଳେ ମେଡିସିନ୍ ମିଳୁଥିବା ବେଳେ ଆଉ କେତେବେଳେ ମେଡିସିନ୍ କିଣିବାକୁ ପଡ଼େ ବୋଲି ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଦାୟିତ୍ୱରେ ଥିବା ଅଧିକାରୀ ଏହି ଘଟଣାକୁ ନେଇ କହିଛନ୍ତି, ପୋତା ଯାଇଥିବା ମେଡିସିନ୍ ମଧ୍ୟରୁ ହୁଏତ ୨ରୁ ୩ ପ୍ରତିଶତ ମେଡିସିନ୍ର ଏକ୍ସପାଏରୀ ଡେଟ୍ ଥିବ।’