ଆସନ୍ତାକାଲି ଚନ୍ଦ୍ରଭାଗା ବୁଡ଼

କୋଣାର୍କ: ଆସନ୍ତକାଲି ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼। ପବିତ୍ର ମାଘ ସପ୍ତମୀ ତିଥିରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟ ଚନ୍ଦ୍ରଭାଗା ନଦୀରେ ବୁଡ଼ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏହି ଦିନରେ ବୁଡ଼ ପକାଇଲେ ପାପକ୍ଷୟ ହେବା ସହିତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।  ସେପଟେ ଆଜିଠୁ କୋଣାର୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ପବିତ୍ର ତୀର୍ଥ ପୁଷ୍କରଣୀ ଖନନ କାର୍ଯ୍ୟ ଶେଷ ହୋଇଛି। ସେପଟେ ଚନ୍ଦ୍ରଭାଗା କୂଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମେଳା ନିକଟବର୍ତ୍ତୀ ଅଞ୍ଚଳର ପରିମଳ ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦିଆଯାଇଛି। କୋଣାର୍କ ବସ୍ ଷ୍ଟାଣ୍ଡରେ ଅସ୍ଥାୟୀ ଶୌଚାଳୟ, ନିରବିଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ, ଆମ୍ବୁଲାନ୍ସ ଓ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ପରମ୍ପରା ଅନୁଯାୟୀ ମାଧିପୁରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାଣେଶ୍ଵର ମହାଦେବ, କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ୱର ମହାଦେବ ମାଘ ଷଷ୍ଠୀ ତିଥିରେ ଶୋଭାଯାତ୍ରାରେ ବାହାରିବେ। ନଗର ପରିକ୍ରମା ପରେ ପୂର୍ବ ନିର୍ଦ୍ଧାରିତ ଅମୃତ ବେଳାରେ ଚନ୍ଦ୍ରଭାଗା ତୀର୍ଥ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ। ଏହାପରେ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ବୁଡ଼ ପକାଇବେ।

ଆହୁରି ପଢ଼ନ୍ତୁ

ରେଲୱେ ଷ୍ଟେସନ୍‌ର ‘ଲତା’ଙ୍କୁ ବଲିଉଡ୍ ପ୍ଲାଟ୍‌ଫର୍ମ , ଇଣ୍ଟରନେଟ୍‌ରେ ଭାଇରାଲ୍‌ ରାନୁଙ୍କ ଗୀତ

ଏଣିକି ଶିକ୍ଷକଙ୍କ ଦକ୍ଷତା ମାପିବେ ଛାତ୍ରଛାତ୍ରୀ

ଚତୁର୍ଥ ଶ୍ରେଣୀ ପଢ଼ିଥିବା ବ୍ୟକ୍ତି ଚାଷ ପାଇଁ ତିଆରି କଲେ ମଟର ଚାଳିତ ଯନ୍ତ୍ର

୫୦ଟି ଭାଷାରେ ଅନୁବାଦିତ ହେଲାଣି ଏହି ଭାରତୀୟଙ୍କ ଗୀତ

ସ୍ୱାମୀଙ୍କର ଅନାବିଳ ପ୍ରେମ ଓ ଭଲପାଇବାକୁ ବରଦାସ୍ତ କରିପାରିଲେନି ପତ୍ନୀ; ତଲାକ ଦେବାକୁ ନିଷ୍ପତ୍ତି ନେଲେ

ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛି ରୋବୋଟ

ଭାରତର ଏହି ସ୍ଥାନରେ ୧୮ ଅଗଷ୍ଟକୁ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ

କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଏକ ଶାଶ୍ୱତ ପ୍ରେମ କାହାଣୀ- ଦୁଇଗୋଡ ହରାଇବା ପରେ ବି ପ୍ରେମିକଙ୍କ ହାତ ଛାଡ଼ି ନ ଥିଲେ ବିଜୟଲକ୍ଷ୍ମୀ

ଏହି ସର୍ଟକର୍ଟ ‘କି’ ଜାଣିଲେ ସହଜ ହେଇଯିବ କମ୍ପ୍ୟୁଟର୍ ଚାଳନା

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ; ଜାଣିଛନ୍ତି ଏହା କାହିଁକି ପାଳନ କରାଯାଏ ?

ଦିବ୍ୟାଙ୍ଗ ହେଲେ ବି ସେ ସ୍ୱାବଲମ୍ବୀ ; ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

You might also like