ଛାତ୍ର ପେଟରୁ ବାହାରିଲା ଶତାଧିକ ଜେଲି ସଦୃଶ୍ୟ ସିଷ୍ଟ

ଜୟପୁର : ଛାତ୍ର ପେଟରୁ ବାହାରିଲା ଶତାଧିକ ଜେଲି ସଦୃଶ୍ୟ ସିଷ୍ଟ। କୋରାପୁଟ ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ଅଞ୍ଚଳର ୧୪ ବର୍ଷର ଛାତ୍ର ଅମରେଶ ସାହୁଙ୍କୁ କିଛି ଦିନ ଧରି ପେଟ ବଥା ହେଉଥିଲା।

ପେଟର କିଛି ଅଂଶ ଫୁଲି ରହିବାରୁ ତାଙ୍କୁ ପରିବାର ଲୋକେ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ। ଅଲଟ୍ରା ସାଉଣ୍ଡ ପରେ ପେଟରେ ସିଷ୍ଟ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଡାକ୍ତର ଅପରେସନ କରି ଅମରେଶଙ୍କ ପେଟରୁ ସିଷ୍ଟ ବାହାର କରିଥିଲେ।

ଏହି ଅସ୍ତ୍ରପୋଚାର ଶଲ୍ୟ ବିଭାଗର ପ୍ରଫେସର ଜଗଦାନନ୍ଦ ମିଶ୍ର ଓ ଡାକ୍ତର ଆଇ.ଗୋପାଳ କରିଥିଲେ। କୁକୁର ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପେ ବୋଲି ଡାକ୍ତର କହିଛନ୍ତି।

You might also like