ଓଡ଼ିଶାରେ ‘କୋଭାକ୍ସିନ୍‌’ର ହ୍ୟୁମାନ ଟ୍ରାଏଲ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ସମ୍ ହସ୍ପିଟାଲରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷଣର ପ୍ରମୁଖ ପର୍ଯ୍ୟବେକ୍ଷକ ତଥା କୋଭାକ୍ସିନ୍ ଟୀକା ପରୀକ୍ଷଣ ମୁଖ୍ୟ ଡାକ୍ତର ଇ. ଭେଙ୍କଟରାଓ।

ଓଡ଼ିଶାରେ ଆରମ୍ଭ ହୋଇଛି କୋଭାକ୍ସିନର ହ୍ୟୁମନ୍ ଟ୍ରାଏଲ। ଭୁବନେଶ୍ୱର ସମ୍ ହସ୍ପିଟାଲ୍‌ରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ଏମ୍ସ ହସ୍ପିଟାଲ ସମେତ ଦେଶର ୧୨ଟି ହସ୍ପିଟାଲ୍‌ରେ ଆରମ୍ଭ ହୋଇଛି ଏହି ହ୍ୟୁମନ୍ ଟ୍ରାଏଲ୍। ଭାରତର ପ୍ରଥମ କରୋନା ଟିକା ହୋଉଛି କୋଭାକ୍ସିନ।

କୋଭାକ୍ସିନ୍ ମାନବ ପରୀକ୍ଷଣ ନେଇ ପ୍ରମୁଖ ପର୍ଯ୍ୟବେକ୍ଷକ ଡାକ୍ତର ଇ. ଭେଙ୍କଟରାଓଙ୍କ ସୂଚନା ଦେଇଛନ୍ତି। ପରୀକ୍ଷଣ ପାଇଁ ରାଜି ସ୍ବେଚ୍ଛାସେବୀଙ୍କ ଠାରେ ମାନବ ପରୀକ୍ଷା ହେଉଛି। ୩ଟି ପର୍ଯ୍ୟାୟରେ ଭ୍ୟାକ୍ସିନ ପରୀକ୍ଷଣ କରାଯିବ। ବର୍ତ୍ତମାନ ଦେଶ ବ୍ୟାପୀ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି।

ତେବେ ଗତ ଜୁଲାଇ ୨୩ରେ ଚେନ୍ନାଇରେ ଭାରତର କରୋନା ଟିକା ‘କୋଭାକ୍ସିନ’ର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇଥିଲା। ଚେନ୍ନାଇ ସ୍ଥିତ ଏସଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଏହାର ପରୀକ୍ଷଣ କରାଯାଇଥିଲା। ପୂର୍ବରୁ ଦିଲ୍ଲୀ ଏମ୍ସରେ ଏହାର ମାନବ ପରୀକ୍ଷଣ କରାଯାଇଛି।

ଆହୁରି ପଢ଼ନ୍ତୁ

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ଦାଦାବଟି ରୋକିବାକୁ ଜାରି ହେଲା ହେଲ୍ପଲାଇନ୍ ନମ୍ୱର

କରୋନାର କ୍ୟାରେକ୍ଟର ପ୍ରୋଫାଇଲ ବହୁତ କ୍ରିଟିକାଲ, ଭ୍ୟାକସିନ ଆସିବା ପର୍ଯ୍ୟନ୍ତ ସାବଧାନ ରୁହ: ନବୀନ

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିକାରୀଙ୍କ ତଦନ୍ତ

ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତ

You might also like