‘କଥା ରଖିଲେନି ଅନୁଭବ’

କଟକ: କଥା ଦେଇ ମାନବାଧିକାର କର୍ମୀଙ୍କୁ ନିରାଶ କଲେ ସାଂସଦ ଅନୁଭବ ମହାନ୍ତି। ଭେଟିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଭେଟି ନ ଥିଲେ। ଅନୁଭବଙ୍କ ଘରୁ ଆଜି ନିରାଶ ହୋଇ ଫେରିବା ପରେ ଏଭଳି ଅଭିଯୋଗ ଆଣିଛନ୍ତି ଅନ୍ତର୍ଜାତୀୟ ମାନବାଧିକାର କମିଶନ୍‌ର ୫ ସଦସ୍ୟା।

ଅନ୍ତର୍ଜାତୀୟ ମାନବାଧିକାର କମିଶନ ଓଡ଼ିଶା ଶାଖା ମୁଖ୍ୟ ଗୀତାଶ୍ରୀ ଦାସ କହିଛନ୍ତି, ଗତକାଲି ତାଙ୍କ(ଅନୁଭବ) ଘରକୁ ଯାଇଥିଲୁ ଓ ଉଭୟ ବର୍ଷା ଏବଂ ଅନୁଭବଙ୍କୁ ଭେଟିଥିଲୁ। ଆଜି ଉଭୟଙ୍କୁ ଏକାଠି ବସାଇ ସମାଧାନର ରାସ୍ତା ବାହାର କରିବାକୁ ଚାହିଁଥିଲୁ। ସାଂସଦ ଆଜି ଆମକୁ ସମୟ ଦେବେ ବୋଲି କହିଥିଲେ। ତେଣୁ ଆମ୍ଭେମାନେ ସେହି ଅନୁସାରେ ଆସିଥିଲୁ। ଆଜି ତାଙ୍କ(ଅନୁଭବ) ଘରେ ଯାଇ ପହଞ୍ଚି ବର୍ଷାଙ୍କ ସହ କଥା ହେଲୁ, କିନ୍ତୁ ଅନୁଭବ ଦେଖା ଦେଲେ ନାହିଁ। ଘରେ ଥିଲେ ବି ସହଯୋଗୀଙ୍କ ଜରିଆରେ ଦେଖା କରିବାକୁ ମନା କରିଥିଲେ। କାଲି ମିଡିଆରେ ଆମ ମନ୍ତବ୍ୟ ଯୋଗୁ ସେ ମର୍ମାହତ ବୋଲି କହିଥିଲେ।

ଗୀତାଶ୍ରୀ ଦାସ ଆହୁରି କହିଛନ୍ତି, ଆମେ ମିଡିଆରେ ସେଭଳି କିଛି ମନ୍ତବ୍ୟ ଦେଇନୁ। ଉଭୟଙ୍କ ମିଳାମିଶା ଚାହିଁଛୁ। ଅନୁଭବ ଆମକୁ କଥା ଦେଇ କଥା ରଖିଲେନି। ସେ ସମାଧାନ ଚାହୁଁ ନାହାନ୍ତି।

ଗତକାଲି ବି ୫ ସଦସ୍ୟ ଯାଇ ଉଭୟ ଅନୁଭବ ଓ ବର୍ଷାଙ୍କୁ ଭେଟିଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ମଧ୍ୟ ଉଦ୍ୟମ କରିଥିଲେ ସଦସ୍ୟା।

ଆହୁରି ପଢ଼ନ୍ତୁ

OUAT ପ୍ରଫେସରଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଅଧାରେ ରହିଗଲା ଫେସ୍‌ବୁକ୍ ପ୍ରେମ, ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

‘ପୋଲିସ୍‌ ସାର୍‌ ବାଡ଼ିରେ ମୋତେ ପିଟି ପକାଇଲେ’

ଆଶ୍ଚର୍ଯ୍ୟ ! ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

You might also like