ତୁଣ୍ଡରେ ତାଙ୍କର ୧୦୦ ବର୍ଷର କ୍ୟାଲେଣ୍ଡର

ଭୁବନେଶ୍ୱର: ମନେ ରଖିଛନ୍ତି ଶହେ ବର୍ଷର କ୍ୟାଲେଣ୍ଡର । ୨୦୦୦ ମସିହାରୁ ଆରମ୍ଭ କରି ୨୧୦୦ ମସିହା ଅର୍ଥାତ ପୁରା ଶତାବ୍ଦୀର କ୍ୟାଲେଣ୍ଡରକୁ ନିଜ ମୁଣ୍ଡରେ ସେ ଷ୍ଟୋର୍ କରି ରଖିଛନ୍ତି ଆଉ ତୁଣ୍ଡରେ କହୁଛନ୍ତି ।  ଯେଉଁ ମସିହାର ଯେଉଁ ତାରିଖ କୁହନ୍ତୁ, ଫଟାଫଟ କହି ଦେଉଛନ୍ତି ତାହା କେଉଁ ବାରରେ ପଡ଼ିବ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ଅଟିଜିମ୍‌ ଆକ୍ରାନ୍ତ ହୋଇ ମଧ୍ୟ ଏପରି ବିରଳ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି । ସେ ହେଉଛନ୍ତି ଭୁବନେଶ୍ୱରର ସୃଷ୍ଟି ପ୍ରେରଣା ପଣ୍ଡା ।

ସୃଷ୍ଟି କେବଳ ୧୦୦ ବର୍ଷର କ୍ୟାଲେଣ୍ଡର କହିବାରେ ସିଦ୍ଧହସ୍ତ ନୁହଁନ୍ତି, ଯୋଗ, ସଙ୍ଗୀତ, ଚିତ୍ରାଙ୍କନରେ ମଧ୍ୟ ରୁଚି ରଖିଛନ୍ତି। ଠାକୁରପୂଜା ମଧ୍ୟ ବେଶ ଭଲ ଭାବେ କରିପାରନ୍ତି।  ତାଙ୍କର ଏଇ ସଫଳତା ପଛରେ ରହିଛି ତାଙ୍କ ମା’ଙ୍କ ଅଦମ୍ୟ ପ୍ରଚେଷ୍ଟା। ଝିଅର ସଫଳତା ପାଇଁ ନିଜର ଚାକିରି ଛାଡି ଦେଇଥିଲେ, ନିଜ ଦୁନିଆକୁ ତା’ ଭିତରେ ହିଁ ସୀମିତ କରି ଦେଇଥିଲେ। କୁହାଯାଏ, କୌଣସି ଆନ୍ତରିକ ପ୍ରଚେଷ୍ଟାର ଫଳ କେବେ ବୃଥା ଯାଏନି। ମାତୃ ହୃଦୟର ଏଇ ଆକୁଳ ଉଦ୍ୟମରେ ଭଗବାନ ବି ତରଳି ଯାଇଥିଲେ। ଅଜାଡ଼ି ଦେଇଥିଲେ ଆଶୀର୍ବାଦ। ଯେଉଁଥିପାଇଁ ସୃଷ୍ଟି ଆଜି ଅନେକ କୃତିତ୍ୱର ଅଧିକାରୀ।

ମା’ ଯେତେବେଳେ ଜାଣିଲେ, ଝିଅ ତାଙ୍କର ଅଟିଜିମ୍‌ ପେସେଣ୍ଟ, ଖୁବ୍‌ ଭାଙ୍ଗି ପଡ଼ିଥିଲେ। ଡାକ୍ତର ଏତିକି ଆଶ୍ୱାସନା ଦେଇଥିଲେ, ‘ଝିଅ କେବେ ଭଲ ହେବ ଭାବି ଖୁସି ହୁଅନ୍ତୁନି। କିନ୍ତୁ ଖୁସିର କଥା ଏତିକି ଯେ, ଆପଣ ନିଜେ ଚାହିଁଲେ ତାକୁ ରାସ୍ତା ଦେଖାଇ ପାରିବେ। ବାଟଚଲା ଶିଖାଇ ପାରିବେ।’

ବାସ୍‌ ! ଏତିକି ଆଶ୍ୱାସନା ତାଙ୍କ ପାଇଁ ଆଣି ଦେଇଥିଲା ଅନେକ ସମ୍ଭାବନା। ତା’ ପରେ ଆରମ୍ଭ କରିଥିଲେ ନିଜ ଉଦ୍ୟମ । ଆଉ ତାଙ୍କର ସେଇ ଉଦ୍ୟମ ପାଇଁ ଝିଅ ଆଜି ଅନେକ ପ୍ରତିଭାର ଅଧିକାରୀ।

ତଥାପି ମା’ଙ୍କର ଉଦ୍ୟମ ଶେଷ ହୋଇନି। ଝିଅକୁ ମୁଖ୍ୟ ସ୍ରୋତରେ ସାମିଲ କରାଇବେ, ନିଜ ଗୋଡରେ ଠିଆ କରାଇବେ ଏଇ ଆଶା ନେଇ ଜାରି ରଖିଛନ୍ତି ତାଙ୍କ ସଂଗ୍ରାମ।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like