‘ସାର୍ଣ୍ଣା ଧର୍ମକୁ ଦିଅ ସ୍ୱତନ୍ତ୍ର ସ୍ଥାନ’

ସାର୍ଣ୍ଣ। ଧର୍ମ କୁ ମାନ୍ୟତା ସମେତ ୮ ଦଫା ଦାବିରେ ଆଦିବାସୀ ଙ୍କର ରାଲି ଓ ବିକ୍ଷୋଭ।

କେନ୍ଦୁଝର:(ରିପୋର୍ଟ-ପ୍ରଣୟ ପାଣି)କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଆଜି ସାର୍ଣ୍ଣ। ଧର୍ମକୁ ମାନ୍ୟତା ଦାବିକରି ଆଦିବାସୀମାନେ ବିରାଟ ରାଲି କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ସମ୍ବିଧାନ ଅଧିକାର ପାଇବା ଦାବି ସହ ଆସନ୍ତା ବର୍ଷଠାରୁ ଜନଗଣନାରେ ସାର୍ଣ୍ଣା ଧର୍ମକୁ ସ୍ୱତନ୍ତ୍ର ସ୍ଥାନ ଦେବା ଲାଗି ସେମାନେ ଦାବି କରିଛନ୍ତି। କେବଳ ଏତିକି ନୁହେଁ ବରଂ ଏହାସହ  ସାର୍ଣ୍ଣା ଧର୍ମର ଉପାସକ ମାନଙ୍କୁ  ଉଚିଚ୍ ମର୍ଯ୍ୟାଦା ଦେଇ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କରିବା ପାଇଁ ମଧ୍ୟ ଜୋରଦାର ଦାବି କରାଯାଇଛି।

୨୦୨୧ବର୍ଷ ଜନଗଣନା ବେଳେ ସାର୍ଣ୍ଣା କଲମକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା,ପାଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ପ୍ରଦାନ,ପ୍ରକୃତି ପୂଜକ ସାର୍ଣ୍ଣ ଧର୍ମାବଲମ୍ବୀ ମାନଙ୍କର ଜାହେର ଥାନ (ଉପାସକ ସ୍ଥାନ) ରକ୍ଷଣାବେକ୍ଷଣ, ଝାଡଖଣ୍ଡ, ଓଡିଶା ଓ ପଶ୍ଚିମବଙ୍ଗ ରେ ସାର୍ଣ୍ଣ। ଧର୍ମକୁ ସ୍ୱତନ୍ତ୍ର ମାନ୍ୟତା ଦାବି ମଧ୍ୟ କରାଯାଇଥିଲା। ଓଡିଶା,ପଶ୍ଚିମବଙ୍ଗ ଓ ଝାଡଖଣ୍ଡରେ ବିକାଶ ନାମରେ ଵୃକ୍ଷ କାଟିବାକୁ ବାରଣ ସହ ଭାରତର ଜଙ୍ଗଲ ଓ ପାହାଡ଼କୁ ସାର୍ଣ୍ଣ। ଜଙ୍ଗଲ ସାର୍ଣ୍ଣ। ପାହାଡ଼ ଭାବେ ନାମିତ କରିବା ଲାଗିମାନେ ମଧ୍ୟ ଦାବି କରାଯାଇଥିବା ନେଇ ସୂଚନା ରହିଛି।

ଏହାସହ ଥାନର ସୁରକ୍ଷା ଓ ଧାର୍ମିକ ବୃକ୍ଷଲତା ରୋପଣ ଏବଂ ସାର୍ଣ୍ଣାଧର୍ମୀ ଆଦିବାସୀଙ୍କ ଧାର୍ମିକ ଏବଂ ସାଂସ୍କୃତିକ ପର୍ବକୁ ସୀକୃତି ସହିତ ଜାତୀୟ ସ୍ତରରେ ଛୁଟି ଘୋଷଣା ଆଦି ଦାବୀ ରହିଥିବା ନେଇ ସୂଚନା ରହିଛି। ତେବେ ଏହି ଦାବି କରିବାପରେ ଆଦିବାସୀମାନେ ଧବାଡ଼ିଆ ଛକରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ବିଭିନ୍ନ ଆଦିବାସୀ ସଂଗଠନର ନେତା ସାମିଲ ହୋଇଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

You might also like