ବିପୁଳ ପରିମାଣରେ ବ୍ରାଉନସୁଗର ଜବତ; ୪ ଗିରଫ

ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠ ୨ଟି ସ୍ଥାନରେ ପୁଲିସ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଓଜନ ପ୍ରାୟ ୧ କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ମୂଲ୍ୟବାନ କାର୍‌ ମଧ୍ୟ ଜବତ କରାଯାଇଛି।

ସହଦେବଖୁଣ୍ଟା ପୁଲିସ୍‌ ପୁଲିସ ଗତ ରାତିରେ ସହର ଉପକଣ୍ଠ ଦହିପଡ଼ା ଓ ଫୁଲାଡି ଆଦି ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରିଛି।

You might also like