ଶ୍ରେଷ୍ଠ ବିଧାୟକ, ବିଧାୟିକା ପୁରସ୍କୃତ

ଭୁବନେଶ୍ୱର : ୨୦୦୯ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଶ୍ରେଷ୍ଠ ବିଧାୟକ ଓ ବିଧାୟିକା ପୁରସ୍କୃତ। ଅାଜି ବିଧାନସଭା ସମ୍ମିଳନୀ କକ୍ଷରେ ଅାୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ବିଧାୟକ ଓ ବିଧାୟିକାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

ଶ୍ରେଷ୍ଠ ବିଧାୟକ ଭାବେ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ ପାଇଛନ୍ତି ୮ ଜଣ ବିଧାୟକ। ଏମାନଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି।

ସେହିପରି ୮ ଜଣ ପୂର୍ବତନ ବିଧାୟକଙ୍କୁ ଉତ୍କଳଗୌରବ ମଧୁସୂଦନ ଦାସ ସମ୍ମାନ ମିଳିଛି। ଏଥିସହ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ୮ ଜଣଙ୍କୁ ଉତ୍କଳମଣି ଗୋପବନ୍ଧୁ ପୁରସ୍କାର ମିଳିଛି।

You might also like