• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ବାଲିଗୁଡ଼ା: ବାଲିଗୁଡ଼ା ଜଲେଶପଟା କନ୍ୟାଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଶେଷରେ ଗିରଫ ହୋଇଛି। ରାୟଗଡ଼ା ଚାଟିକଣାରୁ ଅଭିଯୁକ୍ତ ବାବା ମହାଦେବ ମହାରାଜଙ୍କୁ ଗିରଫ କରିଛି କନ୍ଧମାଳ ପୋଲିସ୍। ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି।

ଅଭିଯୁକ୍ତ ଫୋନ୍‌ରେ ସ୍ୱାମୀଜୀଙ୍କୁ ହତ୍ୟା ଧମକ ଦେଇଥିଲା। ପୂର୍ବରୁ ମହାଦେବ ଜଲେଶପଟା ଆଶ୍ରମରେ କାମ କରୁଥିଲେ। ପୂର୍ବରୁ ସ୍ୱାମୀଜୀଙ୍କ ସହିତ ଅଭିଯୁକ୍ତଙ୍କ ମତାନ୍ତର ଥିଲା। ଏଥିପାଇଁ ସେ ଏପରି ଧମକ୍‌ ଦେଇଥିଲା ବୋଲି କନ୍ଧମାଳ ଏସ୍‌ପି କହିଛନ୍ତି। ମହାଦେବ ମହାରାଜଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ରଙ୍ଗାଡିବା ଗାଁରେ।

ମହାଦେବଙ୍କ ଗିରଫଦାରୀକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସ୍‌ପି କହିଛନ୍ତି ଯେ, ମହାଦେବ ମହାରାଜ ନାମକ ଏହି ସାଧୁ ୨୦୧୯ରେ ଚକାପାଦ ଆଶ୍ରମରେ ରହୁଥିଲେ। ସେଠାରେ ୫/୬ ମାସ ରହିବା ପରେ ଜଳେଶପେଟା ଆଶ୍ରମକୁ ଆସି ରହୁଥିଲେ। ଏଠାରେ କିଛିଦିନର ରହଣୀ ଭିତରେ ସ୍ୱାମୀ ଜୀବନ ମୁକ୍ତାନନ୍ଦଙ୍କ ସହ କୌଣସି ଏକ କାରଣକୁ ନେଇ ବିବାଦ ଉପୁଜିଥିଲା। ଏହାପରେ ସେ ରାୟଗଡ଼ା ଚାଟିକୋଣା ଚାଲିଯାଇଥିଲେ। ଆଉ ସେଠାରୁ ନକ୍ସଲ ନାଁରେ ହତ୍ୟା ଧମକ ସହ ଆଶ୍ରମକୁ ଉଡ଼ାଇଦେବାକୁ ଧମକ ଦେଇଥିଲେ। ଶେଷରେ ଆଜି ଚାଟିକୋଣାରୁ ତାଙ୍କୁ ଗିରଫ କରିଛି କନ୍ଧମାଳ ପୋଲିସ।

୨୦୦୮, ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ଥିଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଜଳେଶପଟ୍ଟା ଆଶ୍ରମ। ହେଲେ ସେହି ଭାବ ବିହ୍ୱଳ ପରିବେଶ ଭିତରେ ଅତର୍କିତ ଆକ୍ରମଣ କରି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସହ ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ। ଇତିମଧ୍ୟରେ ଘଟଣାକୁ ୧୨ ବର୍ଷ ବିତିଯାଇଛି।

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପରେ ଏହି ଆଶ୍ରମର ପରିଚାଳନା ଦାୟିତ୍ୱରେ ଅଛନ୍ତି ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ। ଯାହାଙ୍କୁ ହତ୍ୟା ଧମକ ସହ ଆଶ୍ରମ ଉଡ଼ାଇଦିଆଯିବ ବୋଲି ଫୋନ୍ କରିଥିଲେ ମହାଦେବ ମହାରାଜ। ଏହି ଘଟଣା ପରେ ଆଶ୍ରମରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଆଶ୍ରମରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ କରିଛି। ଖୋଦ୍ କନ୍ଧମାଳ ଏସ୍‌ପି ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାର ତଦାରଖ ସହ ସ୍ୱାମୀଜୀଙ୍କ ସହ ଆଲୋଚନା କରିଛନ୍ତି।

ସେପଟେ ୨ ବିଜେପି ବିଧାୟକଙ୍କ ସମେତ ଦଳର ଏକ ୭ ଜଣିଆ ଟିମ୍ ଜଳେଶପେଟ୍ଟା ଆଶ୍ରମରେ ସ୍ୱାମୀଜୀଙ୍କୁ ସାକ୍ଷାତ କରିବା ସହ କନ୍ଧମାଳ ଏସ୍‌ପିଙ୍କୁ ଭେଟି ଘଟଣାର ଉଚିତ ତଦନ୍ତ ସହ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେପଟେ ବିଶ୍ୱହିନ୍ଦୁ ପରିଷଦ ମଧ୍ୟ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛି।

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଜଲେଶପଟା ସଂକୃତ କନ୍ୟାଶ୍ରମ ପରିଚାଳକ ସ୍ୱାମୀ ଜୀବନମୁକ୍ତା ନନ୍ଦ ପୁରୀଙ୍କୁ ଗତକାଲି ଏକ ଅଜଣା ମୋବାଇଲ ନମ୍ବରରୁ ହତ୍ୟା ଧମକ ସହ କନ୍ୟାଶ୍ରମ ଉଡାଇଦେବା ନେଇ ସନ୍ଧ୍ୟା ୫.୩୦ ମିନିଟରେ ଧମକପୂର୍ଣ୍ଣ ଫୋନ କଲ୍ ଆସିଥିଲା। ଏ ନେଇ ସ୍ୱାମୀଜୀ ତୁମୁଡ଼ିବନ୍ଧ ଥାନାରେ ଏତଲା ଦେବାପରେ ତାଙ୍କୁ ଓ ଆଶ୍ରମ ପରିସରରେ ସୁରକ୍ଷା କଡ଼ାକଡ଼ି ଗ୍ରହଣ କରାଯାଇଛି।

ଆଉ ଆଜି ପୁଣି ଥରେ ସେହି ଏକ ନିର୍ଦ୍ଧିଷ୍ଟ ଫୋନ ନମ୍ବରରୁ ସକାଳ ୯ଟା ସମୟରେ ହତ୍ୟା ଧମକ ଆସିଥିଲା। ଏହି ଘଟଣା ପରେ ସ୍ୱାମୀଜୀ ଓ ଆଶ୍ରମର କର୍ମଚାରୀ ଛାନିଆ ହୋଇପଡ଼ିଥିଲେ।

https://youtu.be/8jffsYPVKJo

Https-khabar-odishatv-in-odisha-mahadev-maharaj-who-allegedly-issued-death-threats-to-swami-jivanmuktananda-puri-arrested-today-246741-fbclidiwar351ab2-a0h8dzl0tvjp2-44etkt2sjysckztyi9efpkw7dwxukf
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories