ସହିଦ୍‌ ୨ ଓଡ଼ିଆ ଯବାନଙ୍କୁ ପୁରୀରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପୁରୀ : ପୁଲୱାମାରେ ସହିଦ୍‌ ହୋଇଥିବା ୨ଓଡ଼ିଆ ଯବାନଙ୍କ ଏକାଦଶାହ ପାଳନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ମୁଣ୍ଡନ ହେବା ସହ ତିଳତର୍ପଣ କରାଯାଇଛି।

ଏହି ଅବସରରେ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା। ଶ୍ରୀଜଗନ୍ନାଥ ସେନାର ଆବାହକ ସହିଦ୍‌ଙ୍କ ପରିବାର ଠାରୁ ଚିତାଭସ୍ମ ଗ୍ରହଣ କରି ସ୍ୱର୍ଗଦ୍ୱାର ଓ ମହୋଦଧିରେ ବିସର୍ଜନ କରିଥିଲେ।

ଏହାସହ ସହିଦ୍‌ ମନୋଜ ବେହେରାଙ୍କ ସର୍ମ୍ପକୀୟଙ୍କୁ ତଣ୍ଟିଆ ମାରି ଅସମ୍ମାନୀତ କରିବା ଘଟଣାକୁ ନିନ୍ଦା କରିବା ସହ ବିଧାୟକଙ୍କ ଫଟୋ ପୋଡ଼ା ଯାଇଥିଲା।

You might also like