• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ବିକାନେର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ରାଷ୍ଟ୍ରୀୟ ଏକତା ଅଭିଯାନ ପାଇଁ ରାଜସ୍ଥାନର ବିକାନେର ଗସ୍ତ କରିଛନ୍ତି। ସେ ଏହି ଅବସରରେ ଆୟୋଜିତ ଏକ ବୈଠକରେ ହାଓଡି ବିକାନେର୍‌ କହି ଜନତାଙ୍କୁ ସମ୍ବୋଧନ କରିବା ସହ ଓଡ଼ିଶା ଆସିବାକୁ ମଧ୍ୟ ରାଜସ୍ଥାନବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି। ସେ ଏହି ଅବସରରେ ୩୭୦ ଧାରା ଉଚ୍ଛେଦ ପରର ପରିବର୍ତ୍ତନକୁ ମିଳୁଥିବା ସମର୍ଥନ ବାବଦରେ ମତ ରଖିଛନ୍ତି।

ସେ ଆଜି ଭାଷଣରେ କହିଥିଲେ, ମୁଁ ଯେଉଁଠାକୁ ଯାଉଛି ୩୭୦ ଧାରା ଉଚ୍ଛେଦ ପରର ପରିବର୍ତ୍ତନକୁ ସମର୍ଥନ ଦେଖିପାରୁଛି। ଏହି ନିର୍ଣ୍ଣୟ ଠିକ୍‌, କିନ୍ତୁ ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠୁଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ୭୨ ବର୍ଷ ତଳେ ହୋଇଥିବା ଐତିହାସିକ ଭୁଲ୍‌କୁ ସୁଧାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କର ଏହି ନିଷ୍ପତ୍ତି ପ୍ରଶଂସନୀୟ ଏବଂ ଦେଶ ସାରା ଏହାକୁ ନେଇ ଉତ୍ସବ ହେଉଛି।

ସେ କହିଛନ୍ତି, “ଯେଉଁମାନେ ଏହାର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସେମାନେ ଜାଣି ରଖିବା ଦରକାର ଅନ୍ୟ ସବୁ ରାଜତନ୍ତ୍ର ଶାସିତ ରାଜ୍ୟର ମିଶ୍ରଣ ପରି ଜମ୍ମୁ-କଶ୍ମୀରର ମିଶ୍ରଣ ହୋଇଛି। ଏତିପ୍ରତି ଲୋକଙ୍କ ସମର୍ଥନ ରହିଥିବାରୁ, ୩୭୦ ଧାରା ଉଚ୍ଛେଦକୁ ବିରୋଧ କରିବା ଠିକ୍‌ ନୁହେଁ।

ଏହି କାର୍ଯ୍ୟକ୍ରମ ପରେ ଶ୍ରୀଯୁକ୍ତ ପଣ୍ଡା ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ଶ୍ରୀଯୁକ୍ତ ପଣ୍ଡା ବିକାନେର୍‌ର ବିଶ୍ୱ ପ୍ରସିଦ୍ଧ କର୍ଣ୍ଣୀ ମାତା ମନ୍ଦିର ମଧ୍ୟ ଯାଇଥିଲେ। ଏହି ମନ୍ଦିର ପରିସରରେ ରହୁଥିବା ୨୫ ହଜାର ମୂଷା ଏହି ସ୍ଥାନର ଅନ୍ୟତମ ଆକର୍ଷଣ।

Howdy-bikaner-greets-jay-panda-crowd-responds-all-is-well
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories