ବାତ୍ୟା ସମୟରେ କିଭଳି ରହିବେ ସୁରକ୍ଷିତ? ଜାଣନ୍ତୁ, କଣ କରିବେ କଣ କରିବେନି

ଭୁବନେଶ୍ୱର: ବାତ୍ୟା ଆସୁଛି। ବାତ୍ୟା ସମୟରେ ନିଜକୁ କିଭଳି ରଖିବେ ସୁରକ୍ଷିତ, କଣ କରିବେ, କଣ କରିବେ ନାହିଁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୂତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

  • ବାତ୍ୟା ସମୟରେ ନିଜକୁ ସୁରକ୍ଷିତ ରଖନ୍ତୁ ଓ ପକ୍କା ଘର ଭିତରେ ରୁହନ୍ତୁ।
  • ଯେଉଁମାନଙ୍କର ଚାଳ, ଟାଇଲ୍ ଓ ଆଜବେଷ୍ଟସ୍ ଘର ଅଛି ସେମାନେ ନିକଟସ୍ଥ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚାଲି ଯାଆନ୍ତୁ ଅଯଥା ଚାଳ, ଟାଇଲ୍ ଛପର ଘରେ ରହି ରିସ୍କ ନିଅନ୍ତୁ ନାହିଁ
  • ଆଶ୍ରୟସ୍ଥଳୀକୁ ଯିବା ପୂର୍ବରୁ ଡିଏଲ୍, ଜମିପଟ୍ଟା, ସାର୍ଟିଫିକେଟ୍ ଭଳି ଜରୁରୀ କାଗଜପତ୍ର ଯତ୍ନର ସହ ପାଖରେ ରଖନ୍ତୁ।
  • କିଛି ଶୁଖିଲା ଖାଦ୍ୟ ପାଖରେ ରଖନ୍ତୁ।

  • ରେଡିଓ, ଟର୍ଟ୍ଟ ଓ ସୋଲାର ଲଣ୍ଠନ ଥିଲେ ପାଖରେ ରଖନ୍ତୁ।
  • ଆଶ୍ରୟସ୍ଥଳୀକୁ ଛୋଟ ପିଲା, ବୃଦ୍ଧ-ବୃଦ୍ଧା, ମହିଳା, ରୋଗୀ ଓ ଭିନ୍ନକ୍ଷମଙ୍କୁ ନେବାରେ ସାହାଯ୍ୟ କରନ୍ତୁ।
  • ପବନ ଆରମ୍ଭ ହେବା ପରଠୁ ସଂପୂର୍ଣ୍ଣ ନଥମିବା ଯାଏ ବାହାରେ ବୁଲନ୍ତୁ ନାହିଁ।
  • ବାତ୍ୟା ସମୟରେ ଚାରି ଚକିଆ, ଦୁଇ ଚକିଆ ଗାଡି କି ସାଇକେଲ ଚଳାନ୍ତୁ ନାହିଁ।
  • ବାତ୍ୟା ସମୟରେ ସମୁଦ୍ରକୂଳ କିମ୍ବା ନଦୀକୁ ଯାଆନ୍ତୁ ନାହିଁ।
  • ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରନ୍ତୁ।
  • ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ବେଳେ ଫେସ୍ ମାସ୍କ ବ୍ୟବହାର କରନ୍ତୁ।

You might also like