• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: କରୋନା ପାଇଁ ବଜାରରେ ଏବେ ସାନିଟାଇଜର୍‌ର ଅଭାବ ଦେଖିବାକୁ ମିଳିଛି। ଆଉ ଯାହା ବି ମିଳୁଛି ତା’କୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଛି। ଏପରି ସ୍ଥିତିରେ ସାନିଟାଇଜର୍‌କୁ ନେଇ ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ହେଲେ ଏବେ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ।

ଆପଣ ମଧ୍ୟ ଚାହିଁଲେ ଅଳ୍ପ ଖର୍ଚ୍ଚରେ ଘରେ ସାନିଟାଇଜର୍‌ ତିଆରି କରିପାରିବେ। ଘରେ କେମିତି ସାନିଟାଇଜର୍‌ ତିଆରି କରିବେ ସେନେଇ ଅଣ୍ଟା ଭିଡିଛି ସେଣ୍ଟ୍‌ ଜନ୍‌ ଆମ୍ବୁଲାନ୍ସ(ଓଡ଼ିଶା)। ବିଭିନ୍ନ ଅଫିସ, କଲୋନୀ ଓ ବସ୍ତିରେ ପହଞ୍ଚି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁସାରେ ସାନିଟାଇଜର ତିଆରି ନେଇ ପ୍ରଶିକ୍ଷଣ ଦେଉଛନ୍ତି ସେଣ୍ଟ୍‌ ଜନ୍‌ ଆମ୍ବୁଲାନ୍ସର କର୍ମଚାରୀ।

ତା’ହେଲେ ଆସନ୍ତୁ ଜାଣିବା ଘରେ କେମିତି ପ୍ରସ୍ତୁତ କରିବେ ସାନିଟାଇଜର୍‌....

ଆପଣ ୫୦୦ ମିଲି ଲିଟର ସାନିଟାଇଜର୍‌ ପ୍ରସ୍ତୁତ କରିବା ପାଇଁ ଚାହୁଁଥିଲେ , ୩୭୫ ମିଲି  ଲିଟର ସର୍ଜିକାଲ ସ୍ପିରିଟ ନିଅନ୍ତୁ , ଏଥିରେ ୨୦ ମିଲି ଲିଟର ହାଇଡ୍ରୋଜେନ ପେରକ୍ସାଇଡ ଓ ୫୦ ମିଲି ଲିଟର ଆଲୋଭେରା ଜେଲ୍‌ କିମ୍ବା ଗ୍ଲିସେରିନ୍‌ ମିଶାନ୍ତୁ। ଏହା ସହିତ ଅଳ୍ପ ଡିଷ୍ଟିଲ୍‌ଡ୍‌ ୱାଟର୍‌ ମିଶାଇ ତିଆରି ସାନିଟାଇଜର୍‌ କରନ୍ତୁ।  ଏହି ସବୁ ଜିନିଷ ଆପଣ ବଜାରରୁ ପାଇପାରିବେ।  ଯାହାକୁ ନେଇ ଆପଣ ଅଳ୍ପ ଖର୍ଚ୍ଚରେ ଘରେ ସାନିଟାଇଜର୍‌ ପ୍ରସ୍ତୁତ କରିପାରିବେ। 

ତେବେ ଘରେ କେମିତି ପ୍ରସ୍ତୁତ କରିବେ ସାନିଟାଇଜର୍‌ ଏନେଇ ଗୁରୁବାର ସଂଧ୍ୟାରେ ଭୁବନେଶ୍ୱର ନ୍ୟୁ ଏଜି କଲୋନୀରେ ମହିଳାମାନଙ୍କୁ ସେଣ୍ଟଜନ ଆମ୍ବୁଲାନ୍ସର କର୍ମଚାରୀ ପ୍ରଶିକ୍ଷଣ ଦେଇଛନ୍ତି।

How-to-prepare-sanitizer-at-home
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories