• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: କରୋନାକୁ ନେଇ ବଡ଼ ସୂଚନା ଦେଲେ ଡାକ୍ତର। କହିଲେ, ଡାହାଣ ହାତ ମଝି ଆଙ୍ଗୁଠିରେ ଲଗାନ୍ତୁ ଅକ୍ସିମିଟର। କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକତା ସଂପର୍କରେ ବଡ଼ ସୂଚନା ଦେଲେ ବିଶେଷଜ୍ଞ । ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକ ନଥାଏ ବୋଲି କହିଲେ ଡାକ୍ତର। ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ ଦେଲେ ପରାମର୍ଶ। କହିଲେ, ଅକ୍ସିଜେନ ମାତ୍ରା ୯୪ରୁ ତଳକୁ ଖସିଲେ ଡାକ୍ତର ପରାମର୍ଶ ଜରୁରୀ ରହିଛି। ତେବେ କିଛି ବ୍ୟାୟମ ଦ୍ୱାରା ଅକ୍ସିଜେନ ମାତ୍ରା ପୁଣି ବଢ଼େଇ ଦେଇ ହେବ।

ପ୍ରୋନିଂ ବା ପେଟ ମାଡ଼ି ଶୋଇବା ଦ୍ୱାରା ଅକ୍ସିଜେନ ମାତ୍ରା ବୃଦ୍ଧି ପାଇଥାଏ ବୋଲି କହିଲେ ଡାକ୍ତର। ଅକ୍ସିଜେନ ମାପିବା ପାଇଁ ଅକ୍ସିମିଟର ବି ସଠିକ ଭାବେ ଲଗାଇବା ଜରୁରୀ। ତେଣୁ ଡାହାଣ ହାତ ମଝି ଆଙ୍ଗୁଠିରେ ଅକ୍ସିମିଟର ଲଗାଇବା ଉଚିତ। ଡାହାଣ ହାତ ମଝି ଆଙ୍ଗୁଠି କିମ୍ବା ବୁଢ଼ା ଆଙ୍ଗୁଠିରେ ଅକ୍ସିମିଟର ଲଗାଇବକୁ ସେ କହିଛନ୍ତି। ଅକ୍ସିମିଟର ଭିତରେ ଆଙ୍ଗୁଠି ଠିକ୍ ଭାବେ ଖାପିବା ନିହାତି ଜରୁରୀ। ଅକ୍ସିମିଟର୍‌ ଲାଗୁଥିବା ଆଙ୍ଗୁଠିରେ ନେଲପଲିସ ବି ଲାଗିନଥିବ ଏହାସହ ବଙ୍କାତେଢ଼ା ହୋଇନଥିବା ଉଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନୁଲୋମ ବିଲୋମ, ଜୋରରେ ନିଶ୍ୱାସ ନେଇ ଛାଡ଼ିବା ଦ୍ୱାରା ଉପକାର ମିଳେ ବୋଲି ଡାକ୍ତର କହିଛନ୍ତି।

କରୋନା ରୋଗୀଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ପ୍ରଫେସର ଜୟନ୍ତ ପଣ୍ଡା। କହିଲେ, ମନକୁ ଫାଭିପିରାଭିର୍ ଖାଇଲେ ବେଶି କ୍ଷତି ହେବ।  ହୋମ୍ ଆଇସୋଲେସନରେ ରହୁଥିବା ରୋଗୀଙ୍କ ପାଇଁ ବି ଦେଇଛନ୍ତି ପରାମର୍ଶ। କହିଲେ, ଏହା ଏକ ଭୂତାଣୁ ଜନିତ ରୋଗ, ବେଶି ଔଷଧ ଖାଇବାର କୌଣସି ଆବଶ୍ୟକତା ନାହିଁ।  ଜ୍ୱର ହେଲେ ୬୫୦ ମିଗ୍ରା ପାରାସିଟାମଲ ଦୈନିକ ୪ଟି ପର୍ଯ୍ୟନ୍ତ ଖାଇପାରିବେ। ତା ପରେ ଯଦି ଜ୍ୱର ନକମିଲା ନେପ୍ରକ୍ସିନ ବଟିକା ୨୫୦ମିଗ୍ରା ଦିନକୁ ୨ଟି ଖାଇବାକୁ ଦେଲେ ପରାମର୍ଶ। ହୋମ୍ ଆଇସୋଲେସନରେ ଆଇଭର ମେକଟିନ୍ ଔଷଧ ଖାଇପାରିବେ ରୋଗୀ। ଏହାସହ ବଡ଼ଙ୍କୁ ୧୨ ମିଗ୍ରା ଓ ଛୋଟଙ୍କୁ ୬ ମିଗ୍ରା ଆଇଭର ମେକଟିନ ଦିଆଯାଇପାରିବ। ୩ରୁ ୫ ଦିନ ପର୍ଯ୍ୟନ୍ତ ଆଇଭର ମେକଟିନ ବ୍ୟବହାର କରାଯାଇଥାଏ।

ଆଉ ଏପଟେ, ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା। ୨୪ ଘଣ୍ଟାରେ ସର୍ବାଧିକ ୧୯ ଜଣଙ୍କ ମୃତ୍ୟୁ ହେବା ସହ ଚିହ୍ନଟ ହୋଇଛନ୍ତି ୧୨ ହଜାର ୨୩୮ ପଜିଟିଭ୍। ସୁନ୍ଦରଗଡ଼ରୁ ସର୍ବାଧିକ ୨ ହଜାର ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧ ହଜାର ୮ ଶହ ୨୮ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। କଟକରୁ ୯୧୬, କଳାହାଣ୍ଡି-୫୮୦, ସମ୍ବଲପୁର-୫୪୪, ଅନୁଗୁଳ-୪୮୦, ବରଗଡ଼-୪୭୫ ଓ ବାଲେଶ୍ୱରରୁ ୪୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍-୩୫୭, ଭଦ୍ରକ-୩୮୧, ପୁରୀ-୩୬୯, ଯାଜପୁର-୩୧୮, ଗଂଜାମ-୩୧୨ ଓ ଝାରସୁଗୁଡ଼ାରୁ ୩୦୬ ପଜିଟିଭ୍ ବାହାରିଛନ୍ତି।

How-to-known-about-your-body-oxgen-lavel
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories