କେମିତି ନିଜ ନାଁ ପଞ୍ଜୀକରଣ କରିବେ ଓଡ଼ିଶା ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ମେ ୩ରେ ଲକ୍‌ଡାଉନ୍ ସରିବା ପରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିବେ। ପ୍ରବାସୀ ଓଡ଼ିଆଙ୍କ ପାଇଁ ନାଁ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆରମ୍ଭ ହୋଇଯାଇଛି ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଫର୍ମ ମଧ୍ୟ ଜାରି ହୋଇଛି।

ଏହ ପଞ୍ଜିକରଣ ଫର୍ମରେ ସ୍ପଷ୍ଟ ଉଲ୍ଲେଖ ରହିବ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ। ତା’ ସହ ସେ ଦାଦନ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ନା ଅନ୍ୟ କେଉଁ ଶ୍ରେଣୀର ସେ କଥା ବି ଜଣାଇବାକୁ ହେବ। ପଞ୍ଜୀକରଣ ପରେ ଜିଲ୍ଲା ନୋଡାଲ ଅଧିକାରୀ ଅନଲାଇନ୍ ପୋର୍ଟାଲରେ ସବିଶେଷ ତଥ୍ୟ ଅପଲୋଡ୍ କରିବେ।

ଅନଲାଇନ୍‌ରେ କେମିତି ନାଁ ପଞ୍ଜିକରଣ କରିବେ ଆସନ୍ତୁ ଜାଣିବା

୧.ଏଥିପାଇଁ ଓଡ଼ିଶା ସରକାରଙ୍କର ୱେବ୍‌ସାଇଟ୍‌ https://covid19.odisha.gov.in/  ଖୋଲନ୍ତୁ।

୨. ଏହାପରେ ୱେବ୍‌ସାଇଟ୍‌ର ଇଣ୍ଟରଫେସ୍‌ ଖୋଲିଯିବ। ସେଠି ଏକ ହଳଦିଆ ପଟ୍ଟି ଉପରେ ଲେଖାଥିବା ‘ପଜୀକରଣ ଫର୍ମ ପୂରଣ କରନ୍ତୁ’ ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ।

୩. ନୂତନ ପେଜ୍‌ ଖୋଲିବା ପରେ ସେଠାରେ ଲେଖାଥିବା ସମସ୍ତ ସର୍ତ୍ତାବଳୀକୁ ଭଲ ଭାବରେ ପଢ଼ି ତଳେ ଲେଖାଥିବା ‘ପଞ୍ଜୀକରଣ କରନ୍ତୁ’ ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ।

 

୪. ‘ପଞ୍ଜୀକରଣ କରନ୍ତୁ’ ବିକଳ୍ପ ଉପରେ କ୍ଲିକ୍‌ କଲା ପରେ ଆପଣଙ୍କୁ ପଚରାଯିବ, ଆପଣ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି କି ? ଆପଣ ‘ହଁ’ ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ।

୫. ‘ହଁ’ ବିକଳ୍ପ ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କ କମ୍ପ୍ୟୁଟର୍‌ ସ୍କ୍ରିନ୍‌ ସାମ୍ନାରେ ଫର୍ମଟି ଖୋଲିଯିବ। ସେଠାରେ ଦିଯାଇଥିବା ବିକଳ୍ପ ମଧ୍ୟରୁ ଯଦି ଆପଣ ନିଜ ପାଇଁ ରେଜିଷ୍ଟ୍ରେସନ କରୁଛନ୍ତି ତେବେ ‘ନିଜ ପାଇଁ’ ବିକଳ୍ପ ବାଛନ୍ତୁ। ଯଦି ଅନ୍ୟ କାହାର ରେଜିଷ୍ଟ୍ରେସନ୍‌ କରାଉଛନ୍ତି ସେଥିପାଇଁ ‘ସ୍ଥାନୀୟ ଯୋଗାଯୋଗ’ ବିକଳ୍ପକୁ ବାଛନ୍ତୁ।

 


୬. ଏହାପରେ ଫର୍ମରେ ଦିଆଯାଇଥିବା ସମସ୍ତ ନିର୍ଦ୍ଦେକୁ ଭଲଭାବରେ ପଢ଼ି ଫର୍ମ ପୂରଣ କରନ୍ତୁ। ଆଉ ତଳେ ଦିଆଯାଇଥିବା ଦୁଇଟି ଘୋଷଣାନାମା ଉପରେ ଟିକ୍‌ ମାରି ଫର୍ମ ସବ୍‌ମିଟ୍‌ କରନ୍ତୁ। ଆପଣଙ୍କ ତଥ୍ୟ ସବ୍‌ମିଟ ହୋଇଯିବ।

ତେବେ ଫର୍ମ ପୂରଣ ପାଇଁ ଓଡ଼ିଆ ଓ ଇଂରାଜୀ ଦୁଇଟି ଭାଷାର ବିକଳ୍ପ ଦିଆଯାଇଛି। ଆପଣ ଏଥିରୁ ଯେଉଁ ଗୋଟିଏ ବିକଳ୍ପ ବାଛି ଫର୍ମ ପୂରଣ କରିପାରିବେ।

ଏଥିସହିତ ଅଫ୍‌ଲାଇନ୍‌ ଫର୍ମ ପୂରଣ ପାଇଁ ଆପଣଙ୍କ ଅଞ୍ଚଳର ପ୍ରତିନିଧି, ସରପଞ୍ଚଙ୍କ ସହିତ ଯୋଗଯୋଗ କରି ସମ୍ପର୍କୀୟଙ୍କ ମାଧ୍ୟମରେ ଫର୍ମପୂରଣ କରାଇପାରିବେ।

ତାସହିତ କରୋନା ସମ୍ପର୍କିତ ଦରକାରୀ ସୂଚନା ଓ ଦରକାରୀ ୱେବ୍‌ସାଇଟ୍‌ର ଲିଙ୍କ୍‌ ମଧ୍ୟ ଆପଣ https://covid19.odisha.gov.in/ ୱେବସାଇଟ୍‌ରୁ ପାଇପାରିବେ। ୱେବ୍‌ସାଇଟ୍‌ର ତଳକୁ ଏ ସମସ୍ତ ଲିଙ୍କ୍‌ ଦିଆଯାଇଛି। 

ପଞ୍ଜିକରଣ ତଦାରଖ ପାଇଁ ସରପଞ୍ଚଙ୍କ ନେତୃତ୍ୱରେ ଏକ ୫ଜଣିଆ କମିଟି ରହିବ। ଯେଉଁଥିରେ ସରପଞ୍ଚଙ୍କ ସହ ପଞ୍ଚାୟତ ଏକ୍ସଟେନସନ୍ ଅଫିସର, ଗ୍ରାମ ରୋଜଗାର ସେବକଙ୍କ ସହ ୨ଜଣ ଶିକ୍ଷକ ରହିବେ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

 

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like