ଇମ୍ୟୁନିଟି କମ୍‌ ଥିଲେ ବ୍ଲାକ୍‌ ପଙ୍ଗସ୍‌ ହେବାର ସମ୍ଭାବନା ଅଧିକ !

କେମିତି ହୁଏ ବ୍ଲାକ୍‌ ପଙ୍ଗସ୍‌?

ଭୁବନେଶ୍ୱର: କରୋନାରୁ ସୁସ୍ଥ ହେଲା ପରେ ବ୍ଲାକ ଫଙ୍ଗସ ଦ୍ୱାରା ସଂକ୍ରମଣ ହେଉଛନ୍ତି ଅନେକ ଲୋକ। ତେବେ ଏହି ଘଟଣା ଜଣାପଡିବା ପରେ ଅନେକ ଚିନ୍ତାରେ ଅଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ଲାକ୍‌ ପଙ୍ଗସ୍‌କୁ ନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଓ ପରେଶ ମହାନ୍ତି। କହିଛନ୍ତି, ଶରୀରରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କମିଲେ ବ୍ଲାକ ଫଙ୍ଗସର ଭାଇରସ୍‌ ଶରୀରରେ ପସେ। ବ୍ଲାକ ଫଙ୍ଗସ ବାୟୁ ମଣ୍ଡଳରେ ଥାଏ, ଶ୍ୱାସକ୍ରିୟା ଜରିଆରେ ଶରୀର ମଧ୍ୟରେ ଏହା ପ୍ରବେଶ କରିଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହା ଏବେ ନୁହେଁ ବରଂ ପୂର୍ବରୁ ମଧ୍ୟ ରହିଥିଲା। ଯେଉଁ ମାନଙ୍କ ଶରୀରର ରୋଗ ପ୍ରତିଶୋଧକ ଶକ୍ତି କମ ରହିଥାଏ ସେମାନଙ୍କୁ ଏହି ଭାଇରସ୍‌ ଅତିଶୀଘ୍ର ସଂକ୍ରମଣ କରେ। ବିଶେଷ କରି ମଧୁମେହ ରୋଗୀମାନଙ୍କ କ୍ଷେତ୍ରରେ ଏହି ଭାଇରସ୍‌ ଅଧିକ ମାତ୍ରାରେ ଦେଖାଯାଏ।

ତେବେ ବ୍ଲାକ୍‌ ଫଙ୍ଗସ୍‌ ହେଲେ ଆଖି ଫୁଲିବା, ନାକରୁ କଳା ପାଣି ନିର୍ଗତ ହେବା ଲକ୍ଷଣ ସହ ପତଳା ଝାଡ଼ା ହେବା ବା ଚର୍ମରେ କଳା କଳା ଫୋଟକା ହେବା ଲକ୍ଷଣ ସାଧାରଣ ଭାବରେ ଦେଖାଯାଏ। ପତଳା ଝାଡ଼ା ହେବା ବା ଚର୍ମରେ କଳା କଳା ଫୋଟକା ହେବା ଲକ୍ଷଣ ବ୍ଲାକ ଫଙ୍ଗସ ରୋଗୀଙ୍କୁ ଏମ୍ଫୋଟେରିସିନ୍-ବି ଔଷଧ ଦିଆଯାଏ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ଏହାସହ ଏହି ଔଷଧ ପର୍ଯ୍ୟାପ୍ତ ପରିମାଣ ପରିମାଣର ଷ୍ଟକ୍‌ ରହିଥିବା ଶ୍ରୀ ପଣ୍ଡା କହିଛନ୍ତି।

ସେପଟେ, କରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ବ୍ଲାକ୍‌ ଫଙ୍ଗସ ରୋଗୀଙ୍କ ପାଇଁ ଗାଇଡଲାଇନ କରିବାକୁ କମିଟି  ଗଠନ କରିସାରିଛନ୍ତି ରାଜ୍ୟ ସରକାର । ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କମିଟି ପୂରା ଘଟଣା ଉପରେ ନଜର ଓ ତଦାରଖ କରିବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, SCB ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ କମିଟିର ଅଧ୍ୟକ୍ଷା ରହିଛନ୍ତି। ଏହାସହ କମିଟିରେ ମେଡିସିନ, ଇଏନ୍‌ଟି, ଛାତି ରୋଗ ବିଭାଗର ମୁଖ୍ୟ ଆଦି ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ବ୍ଲାକ ଫଙ୍ଗସ ରୋଗୀଙ୍କ ତର୍ଜମା କରିବ ଏହି ୭ ଜଣିଆ କମିଟି ପରେ ରୋଗୀଙ୍କ ସ୍ଥିତି ତର୍ଜମା କରି ଗାଇଡଲାଇନ ବି ଜାରି କରିବ କମିଟି। ତ୍ୱରିତ ରୋଗ ଚିହ୍ନଟ ଓ ପରିଚାଳନା ନେଇ ଗାଇଡଲାଇନ କରିବ କମିଟି।

ସବୁ ସରକାରୀ ମେଡିକାଲ କଲେଜରେ ଏକ୍ସପର୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। କେବଳ ଏତିକି ନୁହେଁ ବରଂ ଏଭଳି ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ମଧ୍ୟ ମେଡିକାଲ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର।

You might also like