ଲକ୍‌ଡାଉନ୍‌ କଟକଣାରେ କେମିତି ପୁରୀ ଗଲା ଏହି କାର୍ ?

ପୁରୀ: ଲକ୍‌ଡାଉନ୍‌ କଟକଣା ଭିତରେ ପୁରୀ ଯାଇଥିବା ଏକ କାର୍‌କୁ ଅଟକ ରଖାଯାଇଛି। ଭୁବନେଶ୍ୱରର ଏହି କାର୍‌ଟି ସନ୍ଦେହଜନକ ଭାବେ ପୁରୀ ଆସିଥିଲା ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଅଟକିଥିଲା। ଆଜି ଭୋର ସମୟରେ କାର୍‌ଟି ପୁରୀ ଆସିଥିଲା ବୋଲି ସୂଚନା ମିଳିଛି।

କାର୍‌ରେ ଥିବା ୩ ଜଣ ବ୍ୟକ୍ତି ହିନ୍ଦୀରେ କଥା ହେଉଥିଲେ ବୋଲି ଜଣାପଡ଼ିଛି। ସନ୍ଦେହଘେରକୁ ଆସିବା ପରେ କାର୍‌କୁ ପିପିଲି ଟୋଲ୍ ଗେଟ୍‌ରେ ଅଟକା ଯିବାସହ କାର୍‌ରେ ଥିବା ୩ଜଣଙ୍କୁ ପଚରାଉଚରା କରଯାଇଥିଲା। ଗାଡ଼ିରେ କୋଭିଡ୍‌ ପାସ୍‌ ଲଗାଇ ଏମାନେ ପୁରୀକୁ ପ୍ରବେଶ କରିଥିବା ସୂଚନା ମିଳିଛି। କିଭଳି ଭାବରେ ଏମାନେ କାର୍‌ରେ କୋଭିଡ୍‌ ପାସ୍‌ ଲଗାଇ ପୁରୀକୁ ପ୍ରବେଶ କଲେ ଏହାର ତଦନ୍ତ ଆରମ୍ଭ ହୋଇଛି।

ସୂଚନାଥାଉ କି, ଗତ ୪ ଦିନ ତଳେ ଏପରି ୨ଟି ଗାଡ଼ି ପୁରୀ ଆସିଥିଲା। ଏହାକୁ ଜବତ କରାଯିବା ସହ ଗାଡ଼ିର ୨ ଡ୍ରାଇଭରଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି।

You might also like