ଭ୍ୟାକ୍ସିନ ବଣ୍ଟନ ଲାଗି କେତେ ପ୍ରସ୍ତୁତ ରାଜ୍ୟ ସରକାର?

ଭ୍ୟାକସିନ୍ ଆସିଲେ ବଣ୍ଟନ କିପରି ହେବ ?

ନୂଆଦିଲ୍ଲୀ: ଭ୍ୟାକସିନ୍ ଆସିଲେ ବଣ୍ଟନ କିପରି ହେବ ? ଭ୍ୟାକସିନ୍ ରଖିବା ପାଇଁ କଣ ହୋଇଛି ବନ୍ଦୋବସ୍ତ? କେତେ ସଂଖ୍ୟାରେ ଏବଂ କାହାକୁ ମିଳିବ? ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ନେଇ କେନ୍ଦ୍ର ଗାଇଡ୍ଲାଇନ ଅନୁସାରେ ପ୍ରକ୍ରିୟା କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି।
ଟିକାକରଣ ପାଇଁ ରାଜ୍ୟର ୮ ହଜାର ୨୬୭ଟି ସ୍ଥାନ ଚିହ୍ନଟ ହୋଇଛି। ଏହାସହ ଏହି ସବୁ ଅଞ୍ଚଳରେ ବ୍ୟବସ୍ଥା କରାଯିବା ନେଇ ରୋଡ୍ ମ୍ୟାପ୍ ବି ପ୍ରସ୍ତୁତ ହୋଇଛି। କେଉଁଠି କି ପ୍ରକାର ବ୍ୟବସ୍ଥା ହେବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସମସ୍ତ ତଥ୍ୟ ଅପଲୋଡ୍ ହେବ। ଓଡ଼ିଶାରେ ଭ୍ୟାକସିନ୍ ପହଞ୍ଚିବା ପରେ ଏହାକୁ ସୁରକ୍ଷିତ ଭାବେ ରଖିବା ପାଇଁ ହଜାରେ ୨୨୨ଟି କେନ୍ଦ୍ରକୁ ଚିହ୍ନଟ କରାଯାଇଛି।
ରାଜ୍ୟରେ ଗୋଟିଏ ଭ୍ୟାକସିନ୍ ଷ୍ଟୋର୍ ଓ ୯ଟି ଆଞ୍ଚଳିକ କେନ୍ଦ୍ର ରହିବ। ଏହାସହ ୩୦ ଜିଲ୍ଲାର ୩୨ଟି କେନ୍ଦ୍ରରେ ଭ୍ୟାକସିନ୍ ସେଣ୍ଟର ରହିବ। ଟିକାକରଣ ପାଇଁ ରାଜ୍ୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଏହାସହ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଛଡ଼ା ଟିକାକରଣ ପାଇଁ ତାଲିମ ବି ପ୍ରଦାନ ସରିଥିବା ସେ ଦୋହରାଇଛନ୍ତି।ସେପଟେ କରୋନା ଟିକା ନେବା ଇଚ୍ଛାଧୀନ ବ୍ୟାପାର। ଦେଶରେ କରୋନା ଟିକା ଉପଲବ୍ଧ ହେବା ପରେ ଯେଉଁ ବ୍ୟକ୍ତି ନିଜ ତରଫରୁ ଚାହିଁବେ, ସେମାନେ ନେଇ ପାରିବେ। ଏବଂ ଏହା ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଟିକା ଇଚ୍ଛାଧୀନ ହୋଇଥିଲେ ବି ଗ୍ରହଣ କରିବା ଭଲ ବୋଲି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। କୋଭିଡ୍ ଟିକା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କି ନୁହେଁ, ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ଏହାସହ ଦେଶରେ ଟିକାକରଣ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ମଧ୍ୟ ଜାରି କରାଯାଇଛି । ୨୮ ଦିନ ଅନ୍ତରରେ ଦିଆଯିବ ଦୁଇଟି ଡୋଜ୍ ଟିକାର ଦୁଇଟି ଡୋଜ୍ ଦେବାକୁ ନିୟମ ରହିଥିବା ବେଳେ କର୍କଟ, ମଧୁମେହ ଆଦି ଗୁରୁତର ରୋଗାକ୍ରାନ୍ତ ଟିକା ନେବା ଜରୁରୀ ବୋଲି ପରାମର୍ଶ ଦିଆଯାଇଛି ଟିକା ପାଇଁ ନାମ ପଞ୍ଜୀକରଣ ପରେ ଜଣଙ୍କୁ ମେସେଜ ଜରିଆରେ କେବେ କେଉଁ ଟିକା ଦିଆଯିବ, ଜଣାଇ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

You might also like