ଅପହଞ୍ଚ ଇଲାକାରେ କେମିତି ଚାଲିଛି ଅନ୍‌ଲାଇନ୍ କ୍ଲାସ୍?

ମାଲକାନାଗିରି: ପାହାଡ଼, ପାହାଡ଼ ଉପରେ ମଂଚା, ମଂଚା ଉପରେ ଭବିଷ୍ୟତ। ଗଢ଼ିବା ଚେଷ୍ଟାରେ ଆଦିବାସୀ ମୂଲକର ଭବିଷ୍ୟତ। ଆଉ ଉପାୟ ବା କଣ ? ଗାଁରେ ନେଟ୍ଓ୍ୱାର୍କ ନାହିଁ, ସବୁ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଧରିବାର ସାମର୍ଥ୍ୟ ବି ନାହିଁ ଯେଉଁଠି ନେଟ୍ଓ୍ୱାର୍କ ଗୋଟିଏ ମୋବାଇଲକୁ ବେଢ଼ି ସେଇଠି ପାଠପଢ଼ା।

ବର୍ଷା ନଥିଲା ବେଳେ କେନ୍ଦୁଝର ତେଲକୋଇ ବ୍ଲକ୍‌ର କୃଷ୍ଣପୁର ଗାଁ ପାଖ ଏ ପାହା଼ଡ଼ରେ ଏବେ ଏମିତି ଚାଲୁଛି ଅନ୍ଲାଇନ୍ କ୍ଲାସ୍। ସରକାର ନବୁଝିଲେ ନାଇଁ ଭୁବନେଶ୍ୱରରୁ ପ୍ଲସ୍ ଟୁ ପଢୁଆ ଗାଁ ଝିଅ ପାନ ମାଝୀ, ପାଠପଢ଼ାର ମହତ ବୁଝିଛନ୍ତି ବୁଝିଛନ୍ତି ବୋଲି ନିଜ ସ୍ମାର୍ଟଫୋନ୍‌ରେ ଏ ମଂଚା ଉପରେ ସାହି ପିଲାଙ୍କ ପାଇଁ ଅନଲାଇନ୍ ପାଠପଢ଼ାର ସୁଯୋଗ ଦେଇଛନ୍ତି…କିନ୍ତୁ ଏମିତି ଭାଗ୍ୟ ବି କେତେ ଜଣଙ୍କର?

ହେଲେ ମାଲକାନାଗିରି ଜିଲ୍ଲାର ଅପହଞ୍ଚ ଇଲାକାରେ କେମିତି ଚାଲିଛି ଅନଲାଇନ୍ କ୍ଲାସ୍? ବଣ୍ଡାଘାଟିରେ କେମତି ପଢୁଛନ୍ତି ପିଲା? ଉତ୍ତର ବି ବୟାନ କରୁଛି ଏ ଦୃଶ୍ୟ ସବୁ। ଯେଉଁ ଅଳ୍ପ କେତେକଙ୍କ ପାଖରେ ମୋବାଇଲ୍ ଅଛି, ନେଟ୍ଓ୍ୱର୍କ ପାଇଁ ପାହାଡ଼ ଚଢ଼ିଲେ ବି କେଉଁଠି ମିଳୁଛି, ତ କେଉଁଠି ନାଇଁ ଯାହା ପାଖରେ ନାହିଁ ତ ପାଠରେ ଡୋରି ବନ୍ଧା ହେଇଗଲାଣି ଏକପ୍ରକାର। ଏଭଳି ସ୍ଥିତିରେ କିଏ ବାପା-ମାଆଙ୍କୁ କାମରେ ସାହାଯ୍ୟ କଲାଣି ତ କିଏ ଗାଈ ଚରେଇଲାଣି।

ଶିକ୍ଷା ବିଭାଗ ବି ତଥ୍ୟ କହୁଛି ମାଲକାନାଗିରିର ଜିଲ୍ଲାରେ ପ୍ରାୟ ୬୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ୍ ସେବାରୁ ବଞ୍ଚିତ ହେଲେ ବାସ୍ତବତା ଯେ ତାଠୁ ଢେର ଅଧିକ ତାହା ଆଉ ଛପି କି ନାହିଁ।

ଏହା ଭିତରେ ବିଳମ୍ବରେ ହେଲେ ବି ସରକାର ପାଠ ବୋଝ କମେଇ ସିଲାବସ୍ କମ୍ କରିଛନ୍ତି ହେଲେ ଏଭଳି ସ୍ଥିତିରେ ପିଲାଏ କେମିତି ପଢ଼ିବେ, କେମିତି ବଢ଼ିବେ ? ଅନଲାଇନ୍ ଶିକ୍ଷାର ସୁଯୋଗରୁ ବଞ୍ଚିତ ଛାତ୍ରଛାତ୍ରୀ ଏ ସୁବିଧା ପାଉଥିବା ଛାତ୍ରଛାତ୍ରୀଙ୍କ ସହ କିଭଳି ସମକକ୍ଷ ହୋଇ ପରୀକ୍ଷାରେ ବସିବେ ତାହା ହିଁ ବଡ଼ ପ୍ରଶ୍ନ।

You might also like