ଭୁବନେଶ୍ୱର: ତଦନ୍ତ ଯେତେ ଆଗଉଛି, ଆକାଶ ପାଠକଙ୍କ ପେଡି ସେତେ ଖୋଲିବାରେ ଲାଗିଛି।
ଆଉ ଏବେ ସାମ୍ନାକୁ ଆସିଛି ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବଙ୍କ ଭିଡିଓ ବାର୍ତ୍ତାଳପ। ସୋସିଆଲ ମିଡିଆରେ ଘୂରି ବୁଲୁଛି ବ୍ୟକ୍ତିଗତ ସଚିବ ଡେଭିଡ୍ ପିଟରଙ୍କ ଭିଡିଓ ବାର୍ତ୍ତାଳପ। ଭିଡିଓରେ ପିଟର ଆକାଶଙ୍କ ସହ ତାଙ୍କ ସଂପର୍କ ନେଇ କିଛି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ପଦ ଲାଗି ଅନ୍ଲାଇନ୍ ବିଜ୍ଞାପନ ବାହାରିଥିଲା। ଅନ୍ ଲାଇନ୍ ବିଜ୍ଞାପନ ଦେଖି ଚାକିରି ପାଇଁ ଆବେଦନ କରିଥିଲି।
୨୫ ହଜାର ଟଙ୍କା ଦରମାରେ ବର୍ଷେ ହେଲା ଚାକିରି କରିଥିଲି। ମୋ ପଦବୀ ଥିଲା ଆକାଶ ପାଠକଙ୍କ ରେସିଡେନ୍ସ ପ୍ରାଇଭେଟ୍ ସେକ୍ରେଟାରୀ। ଆକାଶ ଟାଟା ମୋଟର୍ସର ଏମ୍ଡିର ID ଏବଂ ଭିଜିଟିଂ କାର୍ଡସ ବ୍ୟବହାର କରୁଥିଲେ। ସେ ବର୍ଷକରେ ୧୦ରୁ ୧୨ ଥର ତାଜ୍ ହୋଟେଲରେ ରହିଛନ୍ତି। ତାଙ୍କର ଅନେକ ବାଉନ୍ସର ମଧ୍ୟ ଅଛନ୍ତି ବୋଲି ସେ କହିଛନ୍ତି।
କେ।ଟିପତି ବାପ ପୁଅଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେ।ଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏବେ ସ୍କାନରଙ୍କୁ ଆସିଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟର । ତେବେ ଡେଭିଡଙ୍କୁ ପୁଣେରୁ ଭୁବନେଶ୍ୱର ଆଣିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଡେଭିଡଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ।