ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥଙ୍କୁ ଦାନ ଅାକାରରେ ମିଳିଛି କେତେ ସୁନା ଅଳଙ୍କାର? ମନ୍ଦିର ପ୍ରଶାସନ କହୁଛି ହୁଣ୍ଡିରୁ ଅାଦାୟ ହୋଇଛି ୧୮ କେଜି। ହେଲେ ଅାଇନ ମନ୍ତ୍ରୀଙ୍କ ଉତ୍ତର ୧୬ କେଜି। ତଥ୍ୟରେ ରହୁନାହିଁ ତାଳମେଳ। ପ୍ରାୟ ୨କିଲୋ ସୁନାର ମିଳୁନି ହିସାବ। କୁଅାଡ଼େ ଗଲା ଭକ୍ତ ଦେଇଥିବା ପାଖପାଖି ୬୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଗାଣ୍ଠି? ତାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତ ମହଲରେ ହଲଚଲ୍।
ଗତ ୬ ତାରିଖରେ ବିଧାନସଭାରେ ଅାଇନମନ୍ତ୍ରୀ ପ୍ରତାପ ଜେନା ରଖିଥିବା ତଥ୍ୟ ଅନୁସାରେ ୧୯୮୩ରୁ ୨୦୧୮, ୩୫ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ହୁଣ୍ଡିରୁ ଅାଦାୟ ହୋଇଛି ୧୬ କେଜି ୧୫ ଗ୍ରାମ୍ ସୁନା। ଯାହା ମଧ୍ୟରୁ ୧୪ କେଜି ୫୬୦ ଗ୍ରାମ୍ ଏସବିଅାଇ ଲକରକୁ ପଠା ସରିଛି। ସେପଟେ ଗତ ଫେବ୍ରୁଅାରୀରେ ସୂଚନା ଅଧିକାର ଅାଇନ ବଳରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ସଂଗୃହୀତ ସୁନାର ପରିମାଣ ୧୮ କେଜି ୨୬୧ ଗ୍ରାମ୍। ଯାହାକୁ ନେଇ ତେଜିଛି ରାଜନୀତି। ବିଜେପି କହିଛି, ଅଳଙ୍କାର ହିସାବ ହେରଫେର ନେଇ ତାଙ୍କ ଦଳ ଯାହା ସନ୍ଦେହ କରୁଥିଲା ତାହା ସତ ପ୍ରମାଣିତ ହୋଇଛି। କଂଗ୍ରେସ ବି ସରକାରଙ୍କୁ ଏଥିପାଇଁ ଟାର୍ଗେଟ୍ କରିଛି।
ଗୋଟିଏ ପଟେ ପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଏଯାଏଁ ରହସ୍ୟାବୃତ୍ତ ହୋଇ ରହିଛି। ଅନ୍ୟ ପଟେ ହୁଣ୍ଡିରୁ ଅାଦାୟ ଦାନ ଅଳଙ୍କାର ପରିମାଣରେ ତାଳମେଳ ନରହିବା ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମନରେ ଅାଶଙ୍କା ସୃଷ୍ଟି କଲାଣି।
<blockquote>କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଏଭଳି ଖେଳକୁ ଭକ୍ତ ସିଧାସଳଖ ସରକାରଙ୍କ ଅପରାଗତାକୁ ଦାୟୀ କରିଥିବାବେଳେ ସେବାୟତ କହିଛନ୍ତି, ଅାମ ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କଲେ ପରିଣାମ ଭୋଗିବାକୁ ପଡ଼ିବ। ତଥ୍ୟ ଯିଏ ଗୋଳାଇଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ଦାନ ସୁନା ପରିମାଣକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଏ ନେଇ ଅାଇନ ବିଭାଗ କିମ୍ବା ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।</blockquote>
Published By: Odishatv Bureau
Last updated: 08 September 2018, 02:56 PM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।